Premium Times Nigeria
ସମ୍ବଲପୁର: ସମ୍ବଲପୁର ସହର ନିକଟସ୍ଥ ପୁଟିବନ୍ଧଠାରେ ଏକ ମର୍ମନ୍ତୁଦ ଘଟଣା ଘଟିଛି। ଅସାବଧାନତା ହେତୁ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରର ସଲିଳସମାଧି ଘଟିଛି। ଏକ ଯୋରରେ ଗାଧୋଉଥିବା ବେଳେ ଏହି ୧୦ ବର୍ଷର ବାଳକର ବୁଡ଼ି ଯାଇଥିଲା । ତାକୁ ଉଦ୍ଧାର କରି ଡାକ୍ତରଖାନା ନେବା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ଫଳରେ ସମ୍ବଲପୁର ସଦର ହସ୍ପିଟାଲରେ ମୃତ ଘୋଷଣା କରାଯାଇଥିଲା।
ମିଳିଥିବା ସୂଚନା ମୁତାବକ, ପୁଟିବନ୍ଧର ଶ୍ରୀହରି ବେହେରାଙ୍କ ପୁଅ ପ୍ରେମସାଇ ବେହେରା ତାର ସାଙ୍ଗମାନଙ୍କ ସହିତ ଘର ପାଖରେ ଥିବା ପାଣିଯୋରକୁ ଗାଧୋଇବାକୁ ଯାଇଥିଲା। ସେଠାରେ ୩୦ରୁ ୪୦ଜଣ ଲୋକ ଗାଧାଉଥିଲେ। ମାତ୍ର ଭିଡ ଭିତରେ ପ୍ରେମସାଇ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲା। ଏହା ତା’ ଆଖପାଖରେ ଥିବା କେହି ହଠାତ ଜାଣିପାରି ନ ଥିଲେ। ଫଳରେ ପାଣିରେ ବୁଡ଼ି ବେଶ୍ କିଛି ସମୟ ରହିଯାଇଥିଲା ସେ। ଲୋକେ ପ୍ରେମସାଇକୁ ଖୋଜି ବାହାର କରି ଡାକ୍ତରଖାନା ନେବା ବେଳକୁ ତାର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ସ୍କୁଲରେ ପ୍ରେମସାଇ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ସୂଚନା ମିଳିଛି।
Follow Us