ମ.ରାମପୁର: ବାଇକ୍‌କୁ ଧକ୍କା ଦେଇ ଲୁଟି ନେଲେ ୬ ଲକ୍ଷ ୩୦ ହଜାର

Advertisment
ମ.ରାମପୁର: ବାଇକ୍‌କୁ ଧକ୍କା ଦେଇ ଲୁଟି ନେଲେ ୬ ଲକ୍ଷ ୩୦ ହଜାର

ମ.ରାମପୁର: କଳହାଣ୍ଡି ଜିଲ୍ଲା ମ.ରାମପୁର ଅଞ୍ଚଳରେ ଆଜି ଏକ ବାଇକକୁ ଧକ୍କା ଦେଇ ଦୁର୍ବୃତ୍ତମାନେ ୬ ଲକ୍ଷ ୩୦ ହଜାର ଟଙ୍କା ଲୁଟି ନେଇଛନ୍ତି। ମଦନପୁର ଗୋପାଳପୁରର ଭୂପିନ୍ଦର ରଣା ଆଜି ଦ୍ବିପହରରେ ମ.ରାମପୁର ଷ୍ଟେଟ୍‌ ବ୍ୟାଙ୍କରୁ ୬ ଲକ୍ଷ ୩୦ ହଜାର ଟଙ୍କା ଉଠାଇଥିଲେ। ଶ୍ରୀ ରଣା ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ବାଇକ୍‌ରେ ଯାଉଥିବା ବେଳେ ମ.ରାମପୁର-ରିଷିଡ଼ା ରାସ୍ତାର ରାମୁଡ଼ ନିକଟରେ ପଛରୁ ତିନି ଜଣ ଯୁବକ ଏକ ବାଇକ୍‌ରେ ଆସି ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲେ।

ସେ ବାଇକ୍‌ରୁ ପଡ଼ିଯିବାରୁ ଟଙ୍କା ଭର୍ତ୍ତି ବ୍ୟାଗ୍‌ ଧରି ଦୁର୍ବୃତ୍ତମାନେ ମ.ରାମପୁର ପଟକୁ ଫେରାର୍‌ ହୋଇଯାଇଥିଲେ। ପରେ ଶ୍ରୀ ରଣା ଫୋନ୍‌ରେ ମ.ରାମପୁର ପୁଲିସକୁ ଜଣାଇଥିଲେ। ଆହତ ଭୂପିନ୍ଦର ରଣା ମ.ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ସୂଚନାଯୋଗ୍ୟ ୨୩ ତାରିଖ ଦିନ ସଢ଼େଲଡଙ୍ଗର ନିକଟରେ ଏକ ବାଇକ୍‌ ଆରୋହୀଙ୍କୁ ଅଟକାଇ ଦୁର୍ବୃତ୍ତମାନେ ମାଡ଼ ମାରିବା ସହ ୪୯ ହଜାର ଟଙ୍କା ଲୁଟି ନେଇଥିଲେ। ଆଜିର ଏହି ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe