୬ ଏକର କଫି ବଗିଚା ପୋଡ଼ି ପାଉଁଶ

କୋରାପୁଟ ସହର ଠାରୁ ମାତ୍ର ୧୦କିଲୋ ମିଟର ମଧ୍ୟରେ ଥିବା ନାରଗାଁ ନିକଟରେ ଥିବା ରଶ୍ମିତା ଆଗ୍ରୋ ଫାର୍ମରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ୬ ଏକର କଫି ବଗିଚା ପୋଡି ନଷ୍ଟ ହୋଇଛି। କଫି ବଗିଚା ସହ ଏହା ପରିସରରେ ଥିବା ଲିଚୁ ଓ ଆମ୍ବ ବଗିଚା, ଡ୍ରିଫ୍ ୱାଟର ସିଷ୍ଟମ୍ ବି ନଷ୍ଟ ହୋଇଯାଇଛି...

6 acres of coffee plantation burnt to ashes

6 acres of coffee plantation burnt to ashes Photograph: (sambad.in)

କୋରାପୁଟ: କୋରାପୁଟ ସହର ଠାରୁ ମାତ୍ର ୧୦କିଲୋ ମିଟର ମଧ୍ୟରେ ଥିବା ନାରଗାଁ ନିକଟରେ ଥିବା  ରଶ୍ମିତା ଆଗ୍ରୋ ଫାର୍ମରେ କେହି ଦୁର୍ବୃତ୍ତ ନିଆଁ ଲଗାଇଦେବାରୁ ୬ ଏକର କଫି ବଗିଚା ପୋଡି ନଷ୍ଟ ହୋଇଛି।

କଫି ବଗିଚା ସହ ଏହା ପରିସରରେ ଥିବା ଲିଚୁ ଓ ଆମ୍ବ ବଗିଚା, ଡ୍ରିଫ୍ ୱାଟର ସିଷ୍ଟମ୍  ବି ନଷ୍ଟ ହୋଇଯାଇଛି। ଏ ନେଇ ଅଗ୍ରୋ ଫାର୍ମର ମାଲିକ ରଶ୍ମିତା ସେଠୀ ଚିନ୍ତା ପ୍ରକଟ କରିଛନ୍ତି। 

ସେ ଗତ ୫ବର୍ଷ ହେବ ୫ହଜାର ଗଛ ଲଗାଇଥିଲେ। କଫି ଗଛ ଗୁଡିକ ବଢ଼ିବାରେ ଲାଗିଥିଲା। ଏସବୁକୁ ବଢ଼ିବା ପାଇଁ ଡ୍ରିଫ୍ ୱାଟର ସିଷ୍ଟମ୍ ବି କରାଯାଇଥିଲା। ସୁରକ୍ଷା କର୍ମୀ ଓ ସୁପରଭାଇଜରମାନେ ଖାଇବାକୁ ବାହାରକୁ ଯାଇଥିବା ସମୟରେ କୌଣସି ଦୁର୍ବୃତ୍ତ ଏଭଳି କାଣ୍ଡ ଭିଆଇଛନ୍ତି। ପ୍ରାୟ ୧୨ଲକ୍ଷର ଉର୍ଦ୍ଧ୍ବ ଟଙ୍କାର କ୍ଷତି ହୋଇଥିବା ପରିଚାଳିକା ରଶ୍ମିତା ସେଠୀ କହିଛନ୍ତି।

ଅଧିକ ପଢ଼ନ୍ତୁ: ଦୁର୍ବଳ ଓ ଶୁଷ୍କ ନଖର ଫଟୋ ସେୟାର କରି ଟ୍ରୋଲର୍ସଙ୍କୁ କଡ଼ା ଜବାବ ଦେଲେ ହିନା

ପୁଣି ୫ହଜାର କଫି ଗଛ ଲଗାଇ ଏତେ ବଡ଼ କରିବା ବହୁତ ମୁସ୍କିଲ ବୋଲି କହିଛନ୍ତି। ଗତ ଦୁଇ ଦିନ ତଳେ ବି ରାଜୁଗୁଡାରେ ଥିବା ଅନ୍ୟ ଗୋଟିଏ କଫି ବଗିଚାରେ ବି ଦୁର୍ବୃତ୍ତମାନେ ପଶି ଗୋଲମରିଚ ମଞ୍ଜି ଚୋରି କରି ନେବାକୁ ଉଦ୍ୟମ କରିଥିଲେ। ବାରମ୍ବାର କଫି ଉଦ୍ୟୋଗୀଙ୍କ ପ୍ରତି ହେଉଥିବା ଏଭଳି କାଣ୍ଡକୁ ନିନ୍ଦା କରିଛନ୍ତି କଫି ଉଦ୍ୟୋଗୀ ସୁଶାନ୍ତ ପଣ୍ଡା। 

କୋରାପୁଟ କଫିର ନାଁକୁ ବିଶ୍ବ ଦରବାରରେ ପହଞ୍ଚାଇବାକୁ ଚେଷ୍ଟା କରିବା ସମୟରେ ଏଭଳି କରାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି କପି ଉଦ୍ୟୋଗୀ ସୁଜୟ ପ୍ରଧାନ। 

ଅଧିକ ପଢ଼ନ୍ତୁ: ସରକାର ଧାନ ସଂଗ୍ରହ ଲକ୍ଷ୍ୟର ନିକଟତର, ରବି ପଞ୍ଜୀକରଣ ଖୁବ୍‌ଶୀଘ୍ର ଆରମ୍ଭ ହେବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe