ମା’ପୁଅକୁ ହତ୍ୟା କରି ଜାଳିଦେଲେ, କଳିଗାଁରେ ଉତ୍ତେଜନା, ୬ ଅଟକ

Advertisment
ମହଙ୍ଗା ପଡ଼ିଲା ବିଦ୍ୟୁତ୍ ଗ୍ରିଡରୁ ଚୋରି: ପୋଡ଼ିଗଲେ ଦୁଇ ଯୁବକ, ବର୍ତ୍ତିଗଲେ ଛଅ

Samaja Live English

ହାଟଡିହି : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ନନ୍ଦିପଦା ଥାନା କଳିଗାଁ ଗ୍ରାମରେ ଘଟିଯାଇଛି ଏକ ବୀଭତ୍ସ ଘଟଣା। ମା’ପୁଅଙ୍କୁ ପିଟିପିଟି ହତ୍ୟା କରିବା ପରେ ଜାଳି ଦେଇଛନ୍ତି ଦୁର୍ବୃତ୍ତ। ହତ୍ୟାର କାରଣ ସ୍ପଷ୍ଟ ହୋଇ ନଥିବାବେଳେ ଚୋରି ଧରାପଡ଼ିଯିବା ଭୟରେ ଏପରି ହୋଇଥିବା ସନ୍ଦେହ ସୃଷ୍ଟି ହୋଇଛି। ଘଟଣାରେ ସଂପୃକ୍ତ ସନ୍ଦେହରେ ପୁଲିସ ଗ୍ରାମର ୬ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।। ଗାଁରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।

କଳିଗାଁ ଗ୍ରାମର ଜଞ୍ଜାଳି ଜେନା(୮୦)ଙ୍କର ଘରଦ୍ବାର ନାହିଁ। ତାଙ୍କର ଦୁଇ ପୁଅ। ଅନ୍ୟ ଜଣେ ପୁଅ ପର ଘରେ ମୂଲମଜୁରି ଲାଗି ଚଳନ୍ତି। ଘର ନଥିବାରୁ ମା’ପୁଅ ଏକ ପରିତ୍ୟକ୍ତ ଅଙ୍ଗନବାଡ଼ି ଘରେ ଆଶ୍ରୟ ନେଇଥିଲେ। ଗତକାଲି ରାତି ସେମାନଙ୍କ ପାଇଁ ଥିଲା କାଳରାତ୍ରୀ। କେହି ଦୁର୍ବୃତ୍ତ ସେମାନଙ୍କୁ ପିଟିପିଟି ହତ୍ୟା କରିବା ପରେ ଜାଳି ଦେଇଥିଲେ। ଅର୍ଦ୍ଧଦଗ୍ଧ ମା’ଙ୍କ ଶରୀର କ୍ଷତବିକ୍ଷତ ହୋଇଥିବାବେଳେ ପୁଅ ସମ୍ପୂର୍ଣ୍ଣ ଜଳିଯାଇଥିଲା। ଆଜି ସକାଳୁ ସକାଳୁ ଏହା ଜଣାପଡ଼ିବାପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଗାଁ ଲୋକେ ରାସ୍ତାରୋକ କରିବା ସହିତ ଅପରାଧୀଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ପୁଲିସ ଫରେନସିକ ଟିମ୍‌ ଓ ଡଗ୍‌ସ୍କ୍ୱାଡ଼୍ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କଲାବେଳକୁ ଲୋକଙ୍କ ଅସନ୍ତୋଷ ବି ତୀବ୍ର ରୂପ ଧାରଣ କରିଥିଲା। ଉତ୍ତ୍ୟକ୍ତ ଲୋକେ ଶବକୁ ଛାଡ଼ି ନଥିଲେ। ପରିସ୍ଥିତି ଅଧିକ ବିଗିଡ଼ୁଥିବାବେଳେ ପୁଲିସ ପହଞ୍ଚି ସନ୍ଦେହରେ ୬ ଜଣଙ୍କୁ ଉଠାଇ ଆଣିଛି। ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି। ପରେ ଲୋକେ ଶବକୁ ବ୍ୟବଚ୍ଛେଦ ପାଇଁ ଛାଡ଼ିଥିଲେ।

ଅନ୍ୟପଟେ ଶବ ପଡ଼ିଥିବା ଘରଠାରୁ ମାତ୍ର ୧୦ ଫୁଟ ଦୂରରେ କପିଳେନ୍ଦ୍ର ସାହୁଙ୍କର ଏକ ଦୋକାନ ଭଙ୍ଗାରୁଜା ହେବା ସହ ତା’ଭିତରୁ ଅନେକ ସାମଗ୍ରୀ ଚୋରି ଯାଇଛି। କପିଳେନ୍ଦ୍ର ଗତକାଲି ରାତିରେ ନିଜ ଝିଅ ଘରକୁ ଯାଇଥିବାବେଳେ କେହି ଦୁର୍ବୃତ୍ତ ଦୋକାନ ତାଲା ଭାଙ୍ଗି ନଗଦ ଟଙ୍କା ସମେତ ଅନେକ ସାମଗ୍ରୀ ଲୁଟି ନେଇଛନ୍ତି। ଦୋକାନରୁ ଚୋରି କରିବାବେଳେ ପାଖଘରେ ଶୋଇଥିବା ଜଞ୍ଜାଳି ସମ୍ଭବତଃ ଚୋରଙ୍କୁ ଦେଖି ଦେବାରୁ ତାକୁ ପିଟି ପିଟି ମାରିଦେବା ସହିତ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଗ୍ରାମବାସୀ ସନ୍ଦେହ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe