ନାବାଳିକା ଗଣଦୁଷ୍କର୍ମ ଘଟଣାରେ ୬ ଗିରଫ: ୨ଟି ସ୍ଥାନରେ ୫ ଜଣ କରିଥିଲେ ଦୁଷ୍କର୍ମ

Advertisment

୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।

୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍।

tjtejjttjtetetje

ରାଉରକେଲା: ୧୭ ବର୍ଷୀୟା ଜଣେ ନାବାଳିକାଙ୍କୁ ପୃଥକ ଦୁଇଟି ସ୍ଥାନରେ ଗଣଦୁଷ୍କର୍ମ ଘଟଣା ଇସ୍ପାତ ସହର ରାଉରକେଲାରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ୫ ଦିନ ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁଲିସ୍। ଗଣଦୁଷ୍କର୍ମ ଅଭିଯୋଗରେ ୫ ଜଣ ଏବଂ ଅସଦାଚରଣ ମାମଲାରେ ଜଣେ ଅଭିଯୁକ୍ତ ଗିରଫ ହୋଇଛନ୍ତି। ପ୍ରଥମ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତମାନେ ହେଲେ ନାଲାରୋଡ୍‌ ଅଞ୍ଚଳର ସୋହେଲ୍ କୁରେଶି ଓରଫ୍‌ ବାଦଶାହା(୨୧), ମହମ୍ମଦ ଜରାଏତ୍‌(୨୨) ଏବଂ ଅଫତାବ୍‌ ଖାନ। ସେହିପରି ଦ୍ବିତୀୟ ଗଣଦୁଷ୍କର୍ମ ମାମଲାର ଅଭିଯୁକ୍ତ ହେଲେ ଚୌଧୁରୀ ପେଟ୍ରୋଲ୍‌ ପମ୍ପ ଅଞ୍ଚଳର ଦୀପକ ସୋନକାର (୨୪) ଓ ବିନୋଦ କୁମାର ରାମ (୩୫)। ହୁଡ଼୍‌ଦଙ୍ଗ ବାର୍ ଭିତରେ ଅସଦାଚରଣ କରିଥିବା ଅଭିଯୁକ୍ତ ହେଲା ମହମ୍ମଦ ଦାନିସ (୨୪)। ପୁଲିସ୍ ସମସ୍ତ ଅଭିଯୁକ୍ତଙ୍କର ଡାକ୍ତରୀ ପରୀକ୍ଷା କରାଇଥିବା ବେଳେ ଘଟଣାରେ ବ୍ୟବହୃତ ବାଇକ୍‌କୁ ଜବତ କରିଛି। ଏହା ପୂର୍ବରୁ ୫ ଜଣ ଅଭିଯୁକ୍ତଙ୍କୁ ଅଟକ ରଖି ମାରାଥନ୍‌ ଜେରା କରିଥିଲା ପୁଲିସ। ତେବେ ମୁଖ୍ୟ ଅଭିଯୁକ୍ତ ବାଦଶାହା ପୁଲିସକୁ ଚକ୍‌ମା ଦେଇ ମୁମ୍ବାଇ ଫେରାର ହୋଇ ଯାଇଥିଲା। ସେଠାରେ ତାକୁ ଧରିବାକୁ ରାଉରକେଲା ପୁଲିସ୍‌କୁ ବେଶ୍‌ କସରତ କରିବାକୁ ପଡ଼ିଥିଲା ବୋଲି ପଶ୍ଚିମାଞ୍ଚଳ ଡିଆଇଜି ନୀତିଶେଖର ଏବଂ ଏସ୍‌ପି ବ୍ରିଜେଶ ରାୟ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

୨ଟି ସ୍ଥାନରେ ୫ ଜଣ କରିଥିଲେ ଦୁଷ୍କର୍ମ
ହୁଡ଼୍‌ଦଙ୍ଗ ବାର୍‌ରେ ଜଣେ କରିଥିଲା ଅସଦାଚରଣ

ପୁଲିସ ସୂଚନା ମୁତାବକ ଗତ ୨୨ ତାରିଖ ରାତି ପ୍ରାୟ ୮ଟାରେ ନାବାଳିକା ଅନ୍ୟ ୨ ଜଣ ବାନ୍ଧବୀଙ୍କ ସହ ସିଭିଲ୍‌ ଟାଉନ୍‌ସିପ୍‌ସ୍ଥିତ ‘ହୁଡ଼୍‌ଦଙ୍ଗ ବାର୍‌ ଓ ରେସ୍ତୋରାଁ’ ଯାଇଥିଲେ। ସେଠାରେ ସମସ୍ତେ ଖିଆପିଆ କରିଥିଲେ। ୨ ବାନ୍ଧବୀଙ୍କ ପୁରୁଷ ବନ୍ଧୁ ମଧ୍ୟ ସେଠି ଉପସ୍ଥିତ ଥିଲେ। ଖିଆପିଆ ସରିବା ପରେ ୨ ବାନ୍ଧବୀ ସେମାନଙ୍କ ପୁରୁଷ ବନ୍ଧୁଙ୍କ ସହ ନିଜନିଜ ଘରକୁ ଚାଲି ଯାଇଥିଲେ। ବାର୍‌ରେ ନାବାଳିକାଙ୍କୁ ଏକୁଟିଆ ପାଇ ମହମ୍ମଦ ଦାନିଶ ପ୍ରଥମେ ଅସଦାଚରଣ କରିଥିଲା। ତା’ପରେ ସେଠାରେ ନାବାଳିକାଙ୍କୁ ବାଦ୍‌ଶାହା ଭେଟିଥିଲା ଏବଂ ଘରେ ଛାଡ଼ିଦେବ ବୋଲି କହିଥିଲା। ବାଦଶାହା ନିଜ ସାଙ୍ଗ ଜରାଏତ୍‌ ସହ ମିଶି ନାବାଳିକାଙ୍କୁ ଏକ ବୁଲେଟ୍‌ ମଝିରେ ବସାଇ ବାହାରିଥିଲା। ସେମାନେ ତାଙ୍କୁ ଆର୍‌ଏସ୍‌ପି ପ୍ରାଶାସନିକ ଭବନ ସମ୍ମୁଖ ପାର୍କକୁ ଆଣିଥିଲେ। ସେଠାରେ ପହଞ୍ଚିଥିଲା ଅଫତାବ୍‌। ଏହାପରେ ଜଣକ ପରେ ଜଣେ ମିଶି ନାବାଳିକାଙ୍କ ସହ ଦୁଷ୍କର୍ମ କରିଥିଲେ। ଅଭିଯୁକ୍ତମାନେ ଦୁଷ୍କର୍ମ ସମୟର ଭିଡିଓ ଓ ଫଟୋ ମଧ୍ୟ ଉଠାଇଥିଲେ। ଘଟଣା ସମ୍ପର୍କରେ କାହାକୁ କହିଲେ ଜୀବନରୁ ମାରିଦେବାକୁ ଧମକ ବି ଦେଇଥିଲେ। ପରେ ନାବାଳିକାଙ୍କୁ ତାଙ୍କ ଘର ପାଖରେ ଛାଡ଼ି ଚାଲି ଯାଇଥିଲେ। ଘରକୁ ଯିବେ କି ନାହିଁ ଦ୍ବନ୍ଦ୍ବରେ ରହି ସେହି ପାଖରେ ବୁଲାବୁଲି କରୁଥିବା ନାବାଳିକାଙ୍କୁ ସେଠାରେ ଦୀପକ ସୋନକାର ନାମକ ଜଣେ ପରିଚିତ ଯୁବକ ଭେଟିଥିଲା। ତାଙ୍କର ଜଣେ ବାନ୍ଧବୀଙ୍କ ଘରେ ନେଇ ଛାଡ଼ି ଦେବାକୁ ପୀଡ଼ିତା ଦୀପକକୁ ଅନୁରୋଧ କରିଥିଲେ। ହେଲେ ବାନ୍ଧବୀ ଜଣକ କବାଟ ନ ଖୋଲିବାରୁ ଦୀପକ ତାଙ୍କୁ ନିଜ ହେପାଜତରେ ରଖିବାକୁ କଥା ଦେଇ ରେଳଷ୍ଟେସନ୍ ପାଖ ଏକ ସ୍ଥାନକୁ ନେଇଥିଲା। ସେଠାରେ ଦୀପକ ଓ ବିନୋଦ ଦୁହେଁ ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ। ଏହା ପରେ ତାଙ୍କୁ ପୁଣି ନେଇ ହୁଡ଼୍‌ଦଙ୍ଗ ରେସ୍ତୋରାଁ ସମ୍ମୁଖରେ ଛାଡ଼ି ଦେଇଥିଲେ। ନାବାଳିକାଙ୍କ ବୟାନ ଅଧାରରେ ଅଭିଯୁକ୍ତଙ୍କୁ ଜେରା କରିବା ପରେ ପୁଲିସ ଗିରଫ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe