ବାଘ ଛାଲ ସହ ୬ ଗିରଫ

ବାଘ ଛାଲ ସହ ୬ ଗିରଫ

ସିଙ୍ଗଡ଼ା: ବାଘ ଛାଲ ମୂଲଚାଲ ବେଳେ ବନ ବିଭାଗ ୬ ଜଣଙ୍କୁ ଗିରଫ କରିଛି। ବୁଧବାର ସନ୍ଧ୍ୟାରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ଯଶିପୁର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଏକ କଲରାପତରିଆ ବାଘଛାଲ ମୂଲଚାଲ ହେଉଥିବା ଖବର ପାଇ ବନ ବିଭାଗ କର୍ମଚାରୀମାନେ ସାଧା ପୋଷାକରେ ସେଠାରେ ପହଞ୍ଚିଥିଲେ। ବାଘ ଚମଡ଼ା କିଣିବା ବାହାନାରେ ସେମାନଙ୍କ ସହ କଥାବାର୍ତ୍ତା ସମୟରେ ୪ ଜଣ ମାଫିଆଙ୍କୁ ମାଡ଼ି ବସିଥିଲେ ବନ କର୍ମଚାରୀ।

ସେମାନଙ୍କ ନିକଟରୁ ବାଘ ଛାଲ ସହ ଏକ ଅଲ୍‌ଟୋ କାର୍‌ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତମାନଙ୍କ ସୂଚନା ଆଧାରରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଅଞ୍ଚଳରୁ ଏହି ରାକେଟ୍‌ରେ ସଂପୃକ୍ତ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା କରଞ୍ଜିଆ ବନଖଣ୍ଡ ଅଧିକାରୀ ଶ୍ରୀକାନ୍ତ ନାୟକ ପ୍ରକାଶ କରିଛନ୍ତି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ୪ ଜଣ ଯଶିପୁର ଅଞ୍ଚଳର ଓ ୨ ଜଣ କେନ୍ଦୁଝର ଜିଲ୍ଲାର ବୋଲି ଜଣାପଡ଼ିଛି। ଦୁଧିଆଣି ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ପୃଷ୍ଟିଙ୍କ ନେତୃତ୍ୱରେ ବନ ବିଭାଗ କର୍ମଚାରୀମାନେ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe