ସୁରକ୍ଷା ମାଗିଲେ ୬ ବଡ଼ କମ୍ପାନି: ଆବଶ୍ୟକ ୧୦ ହଜାର ଫୋର୍ସ; ଖୋଲିବ ୪ ଓଆଇଏସ୍‌ଏଫ୍ ବାଟାଲିୟନ୍

Advertisment

ଓଡ଼ିଶାରେ ୬ଟି ବଡ଼ କମ୍ପାନି ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି ୧୦ ହଜାର ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସ୍‌ର ଓଆଇଏସ୍‌ଏଫ୍(ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଘରୋଇ...

ଓଡ଼ିଶାରେ ୬ଟି ବଡ଼ କମ୍ପାନି ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି ୧୦ ହଜାର ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସ୍‌ର ଓଆଇଏସ୍‌ଏଫ୍(ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଘରୋଇ...

odisha police

କଟକ: ଓଡ଼ିଶାରେ ୬ଟି ବଡ଼ କମ୍ପାନି ନିଜ ସଂସ୍ଥାର ସୁରକ୍ଷା ପାଇଁ ସରକାରଙ୍କ ନିକଟରେ ଆବେଦନ କରିଛନ୍ତି। ଏଥିପାଇଁ ପାଖାପାଖି ୧୦ ହଜାର ପୁଲିସ ଫୋର୍ସର ଆବଶ୍ୟକତା ରହିଛି। ଓଡ଼ିଶା ପୁଲିସ୍‌ର ଓଆଇଏସ୍‌ଏଫ୍(ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ) ଘରୋଇ କମ୍ପାନିଗୁଡ଼ିକୁ ସୁରକ୍ଷା ଯୋଗାଉଥିବା ବେଳେ ଏବେ ଓଆଇଏସ୍‌ଏଫ୍‌ ନିକଟରେ ମାତ୍ର ଗୋଟିଏ ବାଟାଲିୟନ (୧୩୯୦ ଫୋର୍ସ) ରହିଛି। ଏହି ବାଟାଲିୟନର ସମସ୍ତ ପୁଲିସ ଫୋର୍ସ ବିଭିନ୍ନ କମ୍ପାନିରେ ନିୟୋଜିତ ଅଛନ୍ତି। ସେଥିପାଇଁ ଓଡ଼ିଶା ପୁଲିସ ଆହୁରି ୪ଟି ବାଟିଲିୟନ ତୁରନ୍ତ ଖୋଲିବାକୁ ନିଷ୍ପତ୍ତି ନେଇଛି। 

ଓଡ଼ିଶା ପୁଲିସର ସ୍ପେସାଲ ଆର୍ମଡ୍ ଫୋର୍ସ(ଏସଏପି) ପକ୍ଷରୁ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ଓଆଇଏସଏଫ୍) ଗୋଟିଏ ବାଟାଲିୟନ୍ ଖୋର୍ଦ୍ଧାରେ ଖୋଲିଥିଲା। ଏବେ ସେଥିରେ ୧୩୯୦ ପୁଲିସ ଫୋର୍ସ କାର୍ଯ୍ୟ କରୁଛନ୍ତି। ସେଥିରେ ପ୍ରାୟ ୨୦୦ ଜଣ ଅଫିସର ଅଛନ୍ତି। ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ(ସିଆଇଏସଏଫ୍) ଶୈଳୀରେ ଓଡ଼ିଶା ସରକାର ରାଜ୍ୟର ଘରୋଇ କମ୍ପାନି ଓ ପବ୍ଲିକ ସେକ୍ଟର ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଏପ୍ରକାର ବାଟାଲିୟନ ଆରମ୍ଭ କରିଥିଲେ। କମ୍ପାନିରେ ନିୟୋଜିତ ହେଉଥିବା ଏହି ପୁଲିସ କର୍ମଚାରୀଙ୍କ ମାସିକ ଦରମା ସହିତ ଟିଏ, ଡିଏ ଇତ୍ୟାଦି କମ୍ପାନି କର୍ତ୍ତୃପକ୍ଷ ବହନ କରିଥାନ୍ତି। ଏହି ଫୋର୍ସ ରାଜ୍ୟ ସରକାରଙ୍କ ଦ୍ବାରା ତାଲିମ ନେଉଥିବାରୁ ଅପେକ୍ଷାକୃତ ଅଧିକ ଦକ୍ଷ ଅଟନ୍ତି।

ସେଥିପାଇଁ କମ୍ପାନିଗୁଡ଼ିକ ଘରୋଇ ସଂସ୍ଥାର ସୁରକ୍ଷା କର୍ମୀଙ୍କ ଅପେକ୍ଷା ଏହି ଓଆଇଏସ୍‌ଏଫ୍‌ର ଫୋର୍ସକୁ ସୁରକ୍ଷା ପାଇଁ ବ୍ୟବହାର କରିବାକୁ ଆଗ୍ରହ ଦେଖାଇଥାନ୍ତି। କମ୍ପାନି ବିଭିନ୍ନ ସମୟରେ ସାମନା କରୁଥିବା ଆଇନଶୃଙ୍ଖଳା ପରିସ୍ଥିତି କିମ୍ବା ଆପରାଧିକ କାର୍ଯ୍ୟକଳାପକୁ ରୋକିବା କ୍ଷେତ୍ରରେ ଓଆଇଏସ୍‌ଏଫ୍‌ଙ୍କ ଆବଶ୍ୟକତା ଅଧିକ ରହିଛି। ଏବେ ଓଡ଼ିଶାରେ ନୂଆ ଶିଳ୍ପସଂସ୍ଥା ଖୋଲୁଛି। ଏବେ ୬ଟି ବଡ଼ କମ୍ପାନି ରାଜ୍ୟ ସରକାରଙ୍କୁ ଅଧିକ ଫୋର୍ସ ପାଇଁ ଆବେଦନ କରିଛନ୍ତି। ଏଥିପାଇଁ ୧୦ ହଜାର ପୁଲିସ କର୍ମଚାରୀଙ୍କ ଆବଶ୍ୟକତା ରହିଥିବା ଦର୍ଶାଇଛନ୍ତି। କିନ୍ତୁ ସରକାରଙ୍କ ନିକଟରେ ଥିବା ଗୋଟିଏ ବାଟାଲିୟନର ପୁଲିସ କର୍ମଚାରୀ ଏବେ ହୀରାକୁଦ ଡ୍ୟାମ୍‌, ଏମ୍‌ସିଏଲ୍ ସମେତ ୧୫ଟି ବଡ଼ କମ୍ପାନିରେ ନିୟୋଜିତ ଅଛନ୍ତି। 

ଏଭଳି ସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୪ଟି ବାଟାଲିୟନ ପାଇଁ ପ୍ରାୟ ୫ ହଜାର ପୁଲିସ ଫୋର୍ସଙ୍କୁ ନିଯୁକ୍ତି ଦିଆଯିବ। ଏମାନଙ୍କୁ ଅନୁଗୁଳ, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜରେ ନିୟୋଜନ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଅଞ୍ଚଳରେ ଥିବା କମ୍ପାନି ରାଜ୍ୟ ସରକାରଙ୍କୁ ସୁରକ୍ଷା ମାଗିଥିବାରୁ କମ୍ପାନି ନିକଟରେ ବାଟାଲିୟନ ଖୋଲାଯିବ। ଦ୍ବିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ୬ ହଜାର ପୁଲିସ ଫୋର୍ସଙ୍କୁ ନେଇ ନୂଆ ବାଟାଲିୟନ ତିଆରି କରାଯିବ ବୋଲି ପୁଲିସ ମୁଖ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଓଡ଼ିଶା ପୁଲିସରେ ଏବେ ମୋଟ ୨୨ଟି ବାଟାଲିୟନ ରହିଛି। ଅଧିକାଂଶ ବାଟାଲିୟନ୍‌ ନକ୍ସଲ ଅପରେସନରେ ନିୟୋଜିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe