ପାଟଣାଗଡ଼ : ପାଟଣାଗଡ଼ - ଖପ୍ରାଖୋଲ ରାସ୍ତାରେ ଥିବା ଏହି ବ୍ଲକ ଅନ୍ତର୍ଗତ ବଞ୍ଜାରୀ ଗ୍ରାମରୁ ପୁଲିସ ଦ୍ୱାରା ରବିବାର ଭୋରରୁ ୬ ଜଣ ଶିଶୁଙ୍କୁ ମିଶାଇ ସମୁଦାୟ ୨୪ ଜଣ ଦାଦନକୁ ପୁଲିସ ଉଦ୍ଧାର କରିଛି। ପାଟଣାଗଡ଼ ବ୍ଲକ ବଞ୍ଜାରୀ ଗ୍ରାମରେ ରହିଥିବା କିଛି ଦାଦନ ରାଜ୍ୟ ବାହାରକୁ ଚାଲାଣ ହେବାକୁ ଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ପାଟଣାଗଡ଼ ପୁଲିସ ରବିବାର ସକାଳେ ଚଢ଼ଉ କରିଥିଲା। ଚଢ଼ଉ ବେଳେ ଗ୍ରାମର ଟଙ୍କଧର ହରପାଲଙ୍କ ଘରେ ୬ ଜଣ ଶିଶୁ ସମେତ ୨୪ ଜଣ ଦାଦନଙ୍କୁ ଉଦ୍ଧାର କରି ଥାନାକୁ ଆଣିଥିଲା। ପରେ ସେମାନଙ୍କୁ ସେମାନଙ୍କ ଗ୍ରାମକୁ ପଠାଇ ଦେଇଛି। ପୁଲିସ ଟଙ୍କଧର ହରପାଲ(୬୩)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଥାନାଧିକାରୀ ବାରିଣି ଦାଶଙ୍କ ଠାରୁ ପ୍ରକାଶ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us