ଭୁବନେଶ୍ବର: ଜାଡ଼ରେ ସାରା ରାଜ୍ୟ ଥରୁଥିବା ବେଳେ ଝାରସୁଗୁଡ଼ା ଓ ଅନୁଗୁଳରେ ଶୀତ ଲହରି ପ୍ରବାହ ଜାରି ରହିଛି। ରାଜ୍ୟର ୬ ସହରର ସର୍ବନିମ୍ନ ରାତି ତାପମାତ୍ରା ୧୦ ଡିଗ୍ରି ତଳେ ରହିଛି। ଦାରିଙ୍ଗବାଡ଼ିଠାରେ ରାତିର ପାରଦ ସ୍ତର ୮ ଡିଗ୍ରି ରେକର୍ଡ ହୋଇଛି। ଏହାପଛକୁ ରାଉରକେଲାଠାରେ ୮.୧ ଡିଗ୍ରି, ଫୁଲବାଣୀରେ ୮.୫ ଡିଗ୍ରି, ଝାରସୁଗୁଡ଼ାରେ ୮.୬ ଡିଗ୍ରି, କେନ୍ଦୁଝରରେ ୯.୪ ଡିଗ୍ରି ଓ ଅନୁଗୁଳରେ ୯.୮ ଡିଗ୍ରି ଲେଖାଏଁ ରହିଥିଲା। ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଆଜି ସକାଳେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା।
Dead Body: ନିଖୋଜ ଯୁବତୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର
ଆସନ୍ତାକାଲି ରାଜ୍ୟର ସୁନ୍ଦରଗଡ଼, କଳାହାଣ୍ଡି, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ରାତି ଓ ସକାଳୁ ଘନ କୁହୁଡ଼ି ଦେଖାଯାଇପାରେ। ଏସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଆସନ୍ତା ସପ୍ତାହେ ପର୍ଯ୍ୟନ୍ତ ରାଜ୍ୟରେ ଏହି ଭଳି ଶୀତ ଜାରି ରହିବ। ରାଜଧାନୀ ଓ ଏହାର ଆଖପାଖ ଅଞ୍ଚଳର ପାଗ ଆସନ୍ତାକାଲି ଆଂଶିକ ମେଘୁଆ ରହିପାରେ।
/sambad/media/agency_attachments/2024-07-24t043029592z-sambad-original.webp)