ଭୁବନେଶ୍ୱର: ରାଜ୍ୟ ସରକାର ବିଧାନସଭାରେ ସଂକଳ୍ପପତ୍ର ଆଗତ କରିବା ପୂର୍ବରୁ ଜନମତ ଗ୍ରହଣ ନ କରିବା ଗଣତନ୍ତ୍ର ପ୍ରତି ଅବମାନନା। ଏହା ସଂକଳ୍ପ ପତ୍ର ନୁହେଁ, ବରଂ ପ୍ରଦୂଷଣକାରୀ କମ୍ପାନିଙ୍କ ପାଇଁ ପ୍ରେମପତ୍ର। ପ୍ରଦୂଷଣ ନିୟନ୍ତ୍ରଣ ଆଇନ ଅନୁଯାୟୀ କୌଣସି କମ୍ପାନି ଜଳ, ବାୟୁ, ମାଟିକୁ ପ୍ରଦୂଷିତ କରିପାରିବେ ନାହିଁ। ସେଥିପାଇଁ ପରିବେଶ ମଞ୍ଜୁରି ବେଳେ ସର୍ତ୍ତ ଧାର୍ଯ୍ୟ ହୋଇଥାଏ ଏବଂ ନିୟମ ଉଲ୍ଲଂଘନ କଲେ ଦଣ୍ଡିତ ହେବାକୁ ବାଧ୍ୟ। ଆର୍ଥିକ ସହ ଜେଲ୍‌ଦଣ୍ଡ ମଧ୍ୟ ହୋଇପାରେ। ଏଥିପାଇଁ ଆଇନ ରହିଥିଲେ ମଧ୍ୟ ସରକାର ତଥା ପ୍ରଶାସନର କମ୍ପାନି ପ୍ରୀତି ପାଇଁ ମାମଲା ରୁଜୁ ହୁଏ ନାହିଁ ବୋଲି ଆଜି ଲୋହିଆ ଏକାଡେମୀଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା ଓ ଜନ ଆନ୍ଦୋଳନ ରାଷ୍ଟ୍ରୀୟ ସମନ୍ୱୟର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି କହିଛନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରଦୂଷଣ ନିୟନ୍ତ୍ରଣ ଆଇନରେ ସଂଶୋଧନ ଅଣାଯାଇ ଉଲ୍ଲଂଘନକାରୀଙ୍କୁ ଅଧିକ ଜେଲ୍‌ଦଣ୍ଡ ଦିଆଯାଇପାରିବ। ତାହା ନ କରି ଜେଲ୍‌ଦଣ୍ଡକୁ ଉଠାଇଦେବା ଆଦୌ ଗ୍ରହଣୀୟ ନୁହେଁ।

Advertisment

Assembly: ଖର୍ଚ୍ଚଦାବି ଆଲୋଚନା ବେଳେ ସରକାରଙ୍କୁ ଘେରିଲେ ବିରୋଧୀ: ଚାପରେ ପୁଲିସ, ଆଇନଶୃଙ୍ଖଳା ବିଗିଡ଼ିଗଲାଣି

ଏବେ କେବଳ ସୀମିତ ଅର୍ଥଦଣ୍ଡ ଦେଇ ପ୍ରଦୂଷଣକାରୀଙ୍କୁ ନିର୍ଭୟ ବରଦାନ ସ୍ୱରୂପ ଏହି ସଂକଳ୍ପ ପତ୍ର ବିଧାନସଭାରେ ପାରିତ ହୋଇଛି। ଏହାଦ୍ବାରା ରାଜ୍ୟର ନଦୀ, ନାଳ, ହ୍ରଦ ସମେତ ବାୟୁମଣ୍ଡଳ ପ୍ରଦୂଷଣର ଗନ୍ତାଘର ପାଲଟିବ। କଳିଙ୍ଗନଗର ଶିଳ୍ପାଞ୍ଚଳରେ ପ୍ରଦୂଷଣର ଶିକାର ହୋଇ ଶତାଧିକ ବ୍ୟକ୍ତିଙ୍କ ପ୍ରାଣହାନୀ ହେଲାଣି। ଏବେ ବି କିଡ୍‌ନି ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅନୁଗୁଳ, ତାଳଚେର ଓ ଝାରସୁଗୁଡ଼ା ସହର ସମେତ ଆଖପାଖ ଗ୍ରାମରେ ଜଳ ଓ ବାୟୁ ବିଷାକ୍ତ ହୋଇଛି। ଭେଡେନ୍‌, ବ୍ରାହ୍ମଣୀ, ମହାନଦୀ, ଦୟା, ଚିଲିକା ଆଦି ବିଷାକ୍ତ ପ୍ରଦୂଷଣର ଶିକାର ହେଲେଣି। ଏବେ ବିଭାଗୀୟ ମନ୍ତ୍ରୀ ସଫେଇ ଦେଇ କହିଛନ୍ତି ଯେ, ଯେତେ ପ୍ରଦୂଷଣକୁ କ୍ଷମା କରାଯିବ ସେତେ ଶିଳ୍ପପତିମାନେ ଓଡ଼ିଶାକୁ ଆସିବେ। ଅର୍ଥାତ୍ ଶିଳ୍ପପତିମାନଙ୍କୁ ମୃତ୍ୟୁ ଯନ୍ତ୍ରଣାର ସୌଦାଗର ରୂପେ ସରକାର ସ୍ୱାଗତ କରୁଛନ୍ତି। ଏହି ସଂକଳ୍ପପତ୍ର ମାଧ୍ୟମରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରାଯାଇ କେନ୍ଦ୍ର ହାତରେ କ୍ଷମତା କେନ୍ଦ୍ରୀକରଣ କରାଯାଉଛି। ସରକାର ତୁରନ୍ତ ଏହାକୁ ପ୍ରତ୍ୟାହାର ନକଲେ ରାଜ୍ୟର ବିରୋଧୀ ଦଳ ସମସ୍ତ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇବାକୁ ସେମାନେ ଆହ୍ୱାନ ଦେଇଛନ୍ତି।

Bhitarkanika: ଭିତରକନିକାରେ ୫୦ରୁ ଅଧିକ ହରିଣ ଶିଙ୍ଗ ମିଳିବା ଘଟଣା: ରିପୋର୍ଟ ମାଗିଲେ ଡିଏଫ୍‌ଓ