ରାଜନଗର:ଭିତରକନିକା ଜାତୀୟ ଉଦ୍ୟାନ ଭିତରେ ଗୋଟିଏ ସ୍ଥାନରେ ୫୦ରୁ ଅଧିକ ହରିଣ ଶିଙ୍ଗ ମିଳିବା ଘଟଣା ଆଜି ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଆଲୋଡ଼ନ ସୃଷ୍ଟି ହୋଇଛି। ସାଧାରଣ ପର୍ଯ୍ୟଟକଙ୍କୁ ପ୍ରବେଶ ଅନୁମତି ଥିବା ସ୍ଥାନରେ ଖୋଲାମେଲାରେ କିପରି ହରିଣ ଶିଙ୍ଗ ରଖାଯାଇଥିଲା ତାକୁ ନେଇ ପ୍ରଶ୍ନ ଉଠିଛି। ଜାତୀୟ ଉଦ୍ୟାନ ମଧ୍ୟରେ ଗୋଟିଏ ସ୍ଥାନରେ ଏତେ ସଂଖ୍ୟାରେ ହରିଣ ଶିଙ୍ଗ କେଉଁଠୁ ଓ କିପରି ଆସିଲା ସେନେଇ ଖୋଳତାଡ଼ ଆରମ୍ଭ ହୋଇଛି। ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ ଏହି ଘଟଣାକୁ ଗୁରୁତ୍ବର ସହ ନେଇ ରାଜନଗର ରେଞ୍ଜ୍ ଅଫିସରଙ୍କୁ ରିପୋର୍ଟ ତଲବ କରିବା ସହ ସର୍ବସାଧାରଣ ସ୍ଥାନରୁ ହରିଣ ଶିଙ୍ଗ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।
TRAI : ଭାରତ ବିଶ୍ବରେ ସବୁଠାରୁ ଦ୍ରୁତ ଗତିରେ ୫ଜି ସେବା ଲାଗୁ କରିଛି : ଟ୍ରାଇ ଅଧ୍ୟକ୍ଷ
ଭିତରକନିକା ଜାତୀୟ ଉଦ୍ୟାନର ରାଜନଗର ରେଞ୍ଜ ଅନ୍ତର୍ଗତ ଗହୀରମଥା ବରୁଣେଇ ଫରେଷ୍ଟ୍ ବ୍ଲକ୍ ଅନ୍ତର୍ଗତ ଦୋବନ୍ଧିଠାରେ ଘଞ୍ଚ ଜଙ୍ଗଲର ଗୋଟିଏ ସ୍ଥାନରେ ୫୦ରୁ ଅଧିକ ହରିଣ ଶିଙ୍ଗ ପଡ଼ିଥିବା ବେଳେ ଅନ୍ୟ ଏକ ସ୍ଥାନରେ ୧୦ଟି ଶିଙ୍ଗ ବାଡ଼ରେ ଟଙ୍ଗା ହୋଇଥିଲା। ଶିଙ୍ଗ ଗଦା ହୋଇଥିବା ସ୍ଥାନ ନିକଟରେ କିଛି ଜାଲ ଥିଲା। ଏଠାରେ ବେଧଡ଼କ ହରିଣ ଶିକାର ହେଉଥିବା ନେଇ ସନ୍ଦେହ ବଢ଼ିବାରେ ଲାଗିଛି। ସୁରକ୍ଷା ବଳୟ ଭିତରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ କିପରି ଶିକାର ହେଉଛି ଓ ହରିଣ ଶିଙ୍ଗ ଗଦାହେଉଛି ତାକୁ ନେଇ ପ୍ରଶ୍ନ ଉଠିଛି। ରାଜନଗର ଲୁଣା ଜଙ୍ଗଲ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ (ଡିଏଫଓ) ଭରଦରାଜ ଗାଓଁଙ୍କର ଏହି ଘଟଣାରେ ରାଜନଗର ରେଞ୍ଜ ଅଫିସରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଚିରାଚରିତ ପ୍ରକ୍ରିୟାରେ ହରିଣ ଶିଙ୍ଗ ଖସିଛି ନା’ ଶିକାର ପରେ ଶିଙ୍ଗ ସଂଗ୍ରହ କରାଯାଇଛି ସେନେଇ ବିସ୍ତୃତ ରିପୋର୍ଟ ଦେବାକୁ କୁହାଯାଇଛି। ରିପୋର୍ଟ ମିଳିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଗାଓଁକର କହିଛନ୍ତି। ଡିଏଫ୍ଓଙ୍କ ରିପୋର୍ଟ ତଲବ ପରେ ରାଜନଗର ରେଞ୍ଜ ଅଫିସର ଚିତ୍ତରଞ୍ଜନ ବେହୁରା, ଫରେଷ୍ଟର ବିଜୟ କୁମାର ପାତ୍ର ସେଠାରେ ପହଞ୍ଚି ସ୍ଥିତି ଯାଞ୍ଚ କରିଛନ୍ତି।
Asim Munir : ଅସୀମ ମୁନୀର ହେଲେ ପାକିସ୍ତାନର ପ୍ରଥମ ସିଡିଏଫ, ପ୍ରଧାନମନ୍ତ୍ରୀ ସରିଫ ଦେଲେ ମଂଜୁରୀ
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/01/bhitarakanika-dgdggd-2025-08-01-01-38-22.jpg)