ଭୁବନେଶ୍ୱର: ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ। ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ପର୍ଯ୍ୟଟକମାନଙ୍କର ରାଜଧାନୀରେ ଭିଡ଼ ଜମିଲାଣି। ତେଣୁ ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ସହରର ଦର୍ଶନୀୟ ସ୍ଥାନଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଏହି କ୍ରମରେ ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ମନୋରଞ୍ଜନ ସହିତ ଜ୍ଞାନ ବାଣ୍ଟିବା ପାଇଁ ନିଜସ୍ବ ପ୍ରସ୍ତୁତି କରିଛି। କେନ୍ଦ୍ର ପରିସରରେ ନୂଆ କଳାକୃତି, ବିଜ୍ଞାନ ସୋ’, ପ୍ରଦର୍ଶନୀ ମାଧ୍ୟମରେ ପର୍ଯ୍ୟଟକମାନଙ୍କୁ ବିଜ୍ଞାନର ବିଭିନ୍ନ ବିଭାଗ ଯେପରିକି ପଦାର୍ଥବିଜ୍ଞାନ, ରସାୟନବିଜ୍ଞାନ, ଜୀବବିଜ୍ଞାନଠାରୁ ଆରମ୍ଭ କରି ଜ୍ୟୋତିର୍ବିଜ୍ଞାନ, ମହାକାଶ ସମ୍ୱନ୍ଧରେ ସବିଶେଷ ତଥ୍ୟ ପ୍ରଦାନ କରାଯାଉଛି। ଦର୍ଶକ ବିଶେଷ କରି ଶିଶୁ ଓ କିଶୋରଙ୍କ ମନୋରଞ୍ଜନ ସହିତ ସେମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ସୃଷ୍ଟି କରିବା ଆମର ଲକ୍ଷ୍ୟ ବୋଲି ପ୍ରକଳ୍ପ ସଂଯୋଜକ କପିଲ ଜୈନ କହିଛନ୍ତି। ନିକଟ ଅତୀତରେ ଉଦ୍ଘାଟିତ ହୋଇଥିବା ମିନି ଜୁରାସିକ୍ ପାର୍କଟି ଡାଇନୋସର ଯୁଗକୁ ଗଲା ଭଳି ଭ୍ରମ ସୃଷ୍ଟି କରୁଛି। ସେହିପରି ନଲେଜ୍ସ୍ପିଅର୍ମଧ୍ୟ ବିଶ୍ୱ ବ୍ରହ୍ଣାଣ୍ଡର ତଥ୍ୟ ଦେଉଛି। ଦର୍ଶକମାନେ ମଧ୍ୟ ଏହାକୁ ଖୁବ୍ପସନ୍ଦ କରୁଛନ୍ତି।
Annual Day: ବାର୍ଷିକ କ୍ରୀଡ଼ାରେ ଅଲିଶା ନାୟକ, ଭବାନୀ ଶଙ୍କର ନାୟକ ଚାମ୍ପିଅନ
Sriprakash Jaiswal dies : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରକାଶ ଜୟସୱାଲଙ୍କ ପରଲୋକ
ସିମେଣ୍ଟ କୋଠରିରେ ଜଙ୍ଗଲର ଅନୁଭୂତି
ଥ୍ରି-ଡି ମାଧ୍ୟମରେ ଚଳଚ୍ଚିତ୍ରରେ ଆକ୍ସନ, ରୋମାନ୍ସ ଦେଖିବାକୁ ସମସ୍ତେ ଭଲ ପାଆନ୍ତି। ଆଞ୍ଚଳିକ ବିଜ୍ଞାନ କେନ୍ଦ୍ରରେ ୨୦ ମିନିଟ୍ର ସୋ’ ଦର୍ଶକଙ୍କୁ ଜଙ୍ଗଲର ଅନୁଭୂତି ପ୍ରଦାନ କରୁଛି। ‘ଜଙ୍ଗଲ ସଫାରି’ର ଏହି ସୋ’ରେ ଜଙ୍ଗଲର ଜୀବଜନ୍ତୁ, ବୃକ୍ଷଲତା, ଜୈବବିବିଧତା ଆଦିର ବିସ୍ତୃତ ତଥ୍ୟ ମିଳିପାରୁଛି। ପ୍ରତିଦିନ ଏହି ସୋ’ର ଅନୁଭବ ନେବା ପାଇଁ ବହୁ ପର୍ଯ୍ୟଟକ ଆସୁଛନ୍ତି।
ପାର୍କରେ ଧ୍ୱନି, କମ୍ପନ ଓ ‘ଭ୍ରମ’ର କଥା
‘ଧ୍ୱନି’ର ସୃଷ୍ଟି, ପ୍ରକାର ଭେଦ, ଧାତବ ପଦାର୍ଥରେ କମ୍ପନର ଭିନ୍ନତା ସବୁବେଳେ ମନରେ କୌତୂହଳ ସୃଷ୍ଟି କରେ। ଦର୍ଶକମାନଙ୍କୁ ଏହି ବିଷୟରେ ସୂଚନା ଦେବା ପାଇଁ କେନ୍ଦ୍ର ପରିସରରେ ଥିବା ପାର୍କରେ ବିଭିନ୍ନ ଉପକରଣ ଯେପରିକି ‘ମ୍ୟୁଜିକାଲ୍ଫ୍ଲାଵାର’, ‘ପାରାବୋଲିକ ରିଫ୍ଲେକ୍ଟର’ ସ୍ଥାପନା କରାଯାଇଛି। ସେହିପରି ‘ଭ୍ରମ’ ସମ୍ପର୍କରେ ଜ୍ଞାନ ବଢ଼ାଇବା ପାଇଁ ‘ହୋଲ୍ଇନ୍ଇୟୋର ପାମ୍’ ସ୍ଥାପନା କରାଯାଇଛି।
ଜ୍ୟୋତିର୍ବିଜ୍ଞାନର କାହାଣୀ କହୁଛି ପ୍ରଦର୍ଶନୀ ଓ ଦୂରବୀକ୍ଷଣ ସୋ’
ପ୍ରଦର୍ଶନୀରେ ଆର୍ଯ୍ୟଭଟ୍ଟଙ୍କଠାରୁ ଆରମ୍ଭ କରି ଚନ୍ଦ୍ରଯାନ ପର୍ଯ୍ୟନ୍ତ ଭାରତର ସମ୍ପୂର୍ଣ୍ଣ ଯାତ୍ରା ପ୍ରଦର୍ଶିତ ହୋଇଛି। ସବିଶେଷ ତଥ୍ୟ ପାଇଁ ବିଭିନ୍ନ ଯନ୍ତ୍ରର ମିନି ମଡେଲ ମଧ୍ୟ ସ୍ଥାପନ କରାଯାଇଛି। ସେହିପରି ପର୍ଯ୍ୟଟକଙ୍କୁ ଗ୍ରହ, ନକ୍ଷତ୍ର ସମ୍ପର୍କରେ ଜଣାଇବା ପାଇଁ ଚଳିତ ମାସରୁ ଦୂରବୀକ୍ଷଣ ସୋ’ ମଧ୍ୟ ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/29/dgjdgj-2025-11-29-02-02-49.jpg)