ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁୁ, ୧ ଛେଳି ମୃତ

Advertisment
ବିଷାକ୍ତ ମହୁଲ ପୋଚ ଖାଇ ୬ ଗୋରୁୁ, ୧ ଛେଳି ମୃତ

Dreamstime.com

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରମଙ୍ଗି ପଞ୍ଚାୟତ କୃଷ୍ଣପୁର ଗ୍ରାମ କାଉଁଶିନାଳୀ ସାହିରେ ବିଷାକ୍ତ ମହୁଲ ପୋଚ ଖାଇ ୬ଟି ଗୋରୁ ଏବଂ ଗୋଟିଏ ଛେଳି ମୃତ୍ୟୁବରଣ କରିଥିବା ବେଳେ ୧୩ ଗୋରୁ ଅସୁସ୍ଥ ହୋଇଛନ୍ତି। ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ଗୋରୁଗୁଡ଼ିକ ଗାଁ ମୁଣ୍ଡ ଗୁଳିଆନାଳୀ ଜମିରେ ଚରୁଥିଲେ। ଏହି ସମୟରେ ଜଣେ ବ୍ୟକ୍ତିଙ୍କ ଧାନ କ୍ଷେତରେ ଥିବା ବିଷାକ୍ତ ମହୁଲ ପୋଚକୁ ଖାଇ ଦେଇଥିଲେ। ଫଳରେ ଗ୍ରାମର ଲମ୍ବୋଦର ସୋରେନଙ୍କ ଗୋଟିଏ ବଳଦ, ସାମାଇ ମାଝୀଙ୍କ ଗୋଟିଏ ବଳଦ, ଦଶରଥ ମାଝୀଙ୍କ ଗୋଟିଏ ଗାଈ ଓ ଗୋଟିଏ ଛେଳି, ଚନ୍ଦ୍ରମଣି ମାଝୀଙ୍କ ୨ଟି ବଳଦ ଓ ଗୋଟିଏ ଗାଈ ମୃତ୍ୟୁବରଣ କରିଛନ୍ତି।

ଅନ୍ୟ କେତେକ ଗ୍ରାମବାସୀଙ୍କ ୧୩ଟି ଗୋରୁ ଅସୁସ୍ଥ ହୋଇପଡ଼ିଛନ୍ତି। ଖବର ପାଇ ତେଲକୋଇ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ପହଞ୍ଚି ଅସୁସ୍ଥ ଗୋରୁଙ୍କର ଚିକିତ୍ସା କରିଛନ୍ତି। ତେବେ କିଏ କାହିଁକି ସେଠାରେ ମହୁଲ ପୋଚ ରଖିଥିଲା ତାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ବନ୍ୟପ୍ରାଣୀ ଶିକାର ଉଦ୍ଦେଶ୍ୟରେ ମହୁଲ ପୋଚରେ ବିଷ ମିଶାଇ ରଖାଯାଇଥିବା ସ‌ନ୍ଦେହ କରାଯାଉଛି। ଏଣୁ ପୁଲିସ ଓ ବନ ବିଭାଗ ପକ୍ଷରୁ ଏହାର ତଦନ୍ତ କରାଗଲେ ପ୍ରକୃତ କାରଣ ଜଣାପଡ଼ିବ ବୋଲି  ଗ୍ରାମବାସୀ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ କିଛି ଦିନ ତଳେ ପାଟଣା ଅଞ୍ଚଳରେ ମହୁଲ ପୋଚ ଖାଇ ୨୪ ଟିକିଆ ହାତୀପଲ ନିଶାରେ ଶୋଇ ପଡ଼ିଥିଲେ। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe