ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା ସହିତ ଗ୍ରୁପ ଏ ସରକାରୀ ଚାକିରି

Advertisment
ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା ସହିତ ଗ୍ରୁପ ଏ  ସରକାରୀ ଚାକିରି

ଭୁବନେଶ୍ବର: ପାରାଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ପାଇବେ ୬ କୋଟି ଟଙ୍କା । ପୂର୍ବ ଘୋଷଣା ଅନୁସାରେ ପ୍ରମୋଦଙ୍କୁ ୬ କୋଟି ଦେବେ ସରକାର । ପ୍ରମୋଦ ଭଗତଙ୍କୁ ମିଳିବ ଗ୍ରୁପ ଏ  ସ୍ତରୀୟ ସରକାରୀ ଚାକିରି । ଭୁବନେଶ୍ୱର ଫେରିବା ପରେ ପ୍ରମୋଦଙ୍କୁ ସରକାର ଚେକ୍ ଦେବେ ବୋଲି ରାଜ୍ୟ କ୍ରୀଡା ବିଭାଗ ସ୍ପଷ୍ଟୀକରଣ ରଖିଛି ।

ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ପାଇଁ ପୂର୍ବରୁ ପୁରସ୍କାର ଘୋଷଣା କରିଥିଲେ ରାଜ୍ୟ ସରକାର । ସ୍ୱର୍ଣ୍ଣ ବିଜେତାଙ୍କ ପାଇଁ ୬ କୋଟି, ରୌପ୍ୟ ବିଜେତାଙ୍କ ପାଇଁ ୪ କୋଟି ଓ କାଂସ୍ୟ ବିଜେତାଙ୍କ ପାଇଁ ଅଢେଇ କୋଟି ଘୋଷଣା ହୋଇଥିଲା । ହକି କାଂସ୍ୟ ପଦକ ବିଜେତା ଦଳର ସଦସ୍ୟ ଅମିତ ରୋହିଦାସ ଓ ବିରେନ୍ଦ୍ର ଲାକ୍ରାଙ୍କୁ ମଧ୍ୟ ରାଜ୍ୟ ସରକାର ଅଢେଇ କୋଟି ଟଙ୍କା ଦେଇ ସାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଟୋକିଓ ପାରାଲିମ୍ପିକ୍ସରେ ପ୍ରମୋଦ ଏହି ଐତିହାସିକ ସ୍ବର୍ଣ୍ଣ ପଦକ ଜିତିବା ପରେ ଓଡ଼ିଶା ଓ ଭାରତୀୟ କ୍ରୀଡ଼ା ଇତିହାସରେ ସଫଳତାର ନୂଆ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ବ୍ୟାଡମିଣ୍ଟନରୁ ପାରାଲିମ୍ପିକ୍ସ ସ୍ବର୍ଣ୍ଣ ଜିତିବାରେ ପ୍ରଥମ ଭାରତୀୟ ହୋଇଛନ୍ତି ସେ।

ସେହିଭଳି ରାଜ୍ୟକୁ ୩୩ ବର୍ଷୀୟ ପ୍ରମୋଦ ମଧ୍ୟ ଆଣିଛନ୍ତି ପ୍ରଥମ ପାରାଲିମ୍ପିକ୍ସ ପଦକ। ତା’ ସହ ବିଶ୍ବ ଚାମ୍ପିଅନସିପ୍ ଓ ପାରାଲିମ୍ପିକ୍ସରେ ବିଜେତା ହେବାରେ ପ୍ରଥମ ଭାରତୀୟ ହେବା ବିରଳ ତଥା ଯୁଗଳ କୀର୍ତ୍ତିମାନ କରି ନେଇଛନ୍ତି ସେ। ପାରାଲିମ୍ପିକ୍ସରେ ବ୍ୟାଡମିଣ୍ଟନ ଏଥର ପଦାର୍ପଣ କରିଥିଲା ବେଳେ ପ୍ରମୋଦ ଏହାର ପ୍ରଥମ ପୁରୁଷ ଏକକ ବିଜେତା ହେବାର ଗୌରବ ବହନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe