ପୁଲିସ ପଞ୍ଝାରେ ୬ ସାଇବର ଠକ: ଖୋଲିଥିଲେ ଇନ୍ଦିରା ସିକ୍ୟୁରିଟିଜ୍‌ ମୋବାଇଲ୍‌ ଆପ୍‌

ବର୍ଷକରେ ୧୫ କୋଟି ଠକେଇ, କାମ୍ବୋଡ଼ିଆରେ ମାଷ୍ଟରମାଇଣ୍ଡ

ସିବିଆଇ ଅଫିସର ହୋଇ ସାଇବର ଠକ ଡାକ୍ତରଙ୍କଠୁ ଲୁଟିଲା ୪ ଲକ୍ଷ

ରାଉର‌କେଲା: ନକଲି ମୋବାଇଲ୍‌ ଆପ୍‌ ଜରିଆରେ ଦୁଇଗୁଣା ରୋଜଗାରର ଲୋଭ ଦେଖାଇ ସାରା ଦେଶରେ ନେଟ୍‌ୱାର୍କ ଚଳାଇଥିବା ସାଇବର ଠକ ଗ୍ୟାଙ୍କର ୬ ଠକକୁ ରାଉରକେଲା ପୁଲିସ ଗିରଫ କରିଛି। ଗତକାଲି ଜଣକୁ ଗିରଫ କରିଥିଲା। ଆଜି ଗ୍ୟାଙ୍କର ମୁଖ୍ୟ ଅଭିଯୁକ୍ତ ଛତିଶଗଡ ଭିଲାଇର ଉଜ୍ବଳ ପ୍ରକାଶ ସମେତ ୫ ଜଣକୁ ଗିରଫ କରିଛି। ଅନ୍ୟମାନେ‌ ହେଲେ ଛତିଶଗଡ ରାୟପୁରର ବିଟୁ ଓରଫ୍ ସନ୍ଦିପ ଜୈନ, ଭିଲାଇର ପଙ୍କଜ ରାଓ, ନବୀନ ରାଓ ଓ ମହମ୍ମଦ ନସିମ୍। ଏମାନଙ୍କ ନାଁରେ ବିହାର, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଦ୍ରପ୍ରଦେଶ, ଗୁଜୁରାଟ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଦିଲ୍ଲୀ, କେରଳ, ଛତିଶଗଡ ଓ ଝାଡ଼ଖଣ୍ଡରେ ୨୧୦ରୁ ଅଧିକ ଠକେଇ ମାମଲା ରୁଜୁ ହୋଇଛି। ଗତ ବର୍ଷକ ମଧ୍ୟରେ ନକଲି ମୋବାଇଲ ଆପ୍‌ ‘ଇନ୍ଦିରା ସିକ୍ୟୁରିଟିଜ୍‌’ ନାଁରେ ୱେବ୍‌ସାଇଟ୍‌ ଖୋଲି ବର୍ଷରେ ଲୋକଙ୍କଠୁଚ ୧୫ କୋଟି ଠକି ନେଇଛନ୍ତି। କେବଳ ଏତିକି ନୁହେଁ, କ୍ରିପ୍ଟୋ କରେନ୍ସିରେ ପ୍ରାୟ ୩୦ ହଜାର ୟୁଏସ୍‌ଡି କାରବାର କରିଥିବା ପୁଲିସ ଜାଣିବାକୁ ପାଇଛି। ନେଟ୍‌ୱାର୍କର ଚେର ରାଉରକେଲାରୁ କାମ୍ବୋଡ଼ିଆ ପର୍ଯ୍ୟନ୍ତ ଲମ୍ବିଛି। କାମ୍ବୋଡ଼ିଆରେ ମାଷ୍ଟରମାଇଣ୍ଡ ଭାରତର ନେଟ୍‌ୱାର୍କର ମୁଖ୍ୟ ଅଭିଯୁକ୍ତ ଉଜ୍ବଳକୁ କାମର ତରିକା ବତାଉଥିଲା।

ଗିରଫ ସନ୍ଦୀପ ଜୈନ ଭାରତୀୟ ଟେଲିକମ୍‌ ବିଭାଗର ଅପରେଟର ଦାୟିତ୍ବରେ ଥିବାରୁ ନକଲି ମୋବାଇଲ୍‌ ଆପ୍‌ ଖୋଲିବାରେ ପୁରା ମାହିର୍‌ ଥିଲା। ଉଜ୍ବଳ ଓ ପଙ୍କଜ ଦୁହେଁ ଭାରତ ବିଭିନ୍ନ ମୋବାଇଲ ନେଟ୍‌ୱାର୍କ କମ୍ପାନିରୁ ୨୦୦ ସିମ୍‌କାର୍ଡ ନେଇ ଆକ୍ଟିଭ୍‌ କରିଥିଲେ। ପରେ ଏସବୁ ସିମ୍‌କାର୍ଡକୁ କାମ୍ବୋଡ଼ିଆର ମାଷ୍ଟରମାଇଣ୍ଡ ପାଖରେ ପହଞ୍ଚାଇଥିଲେ। ସମସ୍ତ ସିମ୍‌କୁ ବ୍ୟବହାର କରି ପୁରାଟିମ୍‌ ସାରା ଦେଶରେ ଲୋକଙ୍କୁ ଠକି ଚାଲିଥିଲେ।‌ ଗିରଫ ୬ ସାଇବର ଅପରାଧୀକୁ ସୁନ୍ଦରଗଡ଼ ଓ ରାଉରକେଲାର କିଛି ଯୁବକ ସହାୟତା କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗ୍ୟାଙ୍ଗର ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରହିଛି ବୋଲି ଆଜି ରାଉରକେଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସ୍‌ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe