ପୁରୀ : ଆଜିଠୁ ହବିଷ୍ୟାଳିମାନେ ବିଧିବଦ୍ଧ ଭାବେ ଆଶ୍ରୟସ୍ଥଳୀରେ ରହିଥିବା ବେଳେ ପ୍ରଥମ ଦିନରେ ୬ ଜଣ ହବିଷ୍ୟାଳି ଗୁରୁତର ଅସୁସ୍ଥ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି। ଆଶ୍ରୟସ୍ଥଳୀରେ ଦିଆଯାଉଥିବା ଖାଦ୍ୟ ଖାଇ ହବିଷ୍ୟାଳିମାନେ ଅସୁସ୍ଥ ହୋଇ ପଡ଼ିଥିବା ସେମାନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତରଙ୍କ ମଧ୍ୟରେ ବ୍ରହ୍ମଗିରିର ଧୋବି ସାହୁ (୭୦), କନ୍ଧମାଳର ସରସ୍ବତୀ ଗଣ୍ଡିଆଳ (୬୮), ପୁରୀ ମଧୁବନର ଗୌରୀ ସାହୁ (୬୫) ରହିଛନ୍ତି। ଅନ୍ୟ ତିନି ଜଣଙ୍କର ପରିଚୟ ମିଳିପାରିନାହିଁ। ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, ରେଳବାଇ ଯାତ୍ରୀ ନିବାସ ଆଶ୍ରୟସ୍ଥଳୀରେ ୫ ଜଣ ଓ ଶ୍ରୀଜଗନ୍ନାଥ ବଲ୍ଲଭ ବ୍ୟାଖ୍ୟାନ କେନ୍ଦ୍ର ଆଶ୍ରୟସ୍ଥଳୀରେ ଜଣେ ହବିଷ୍ୟାଳି ଅସୁସ୍ଥ ହୋଇଛନ୍ତି। ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ସେବା ଯୋଗାଇ ଦିଆଯାଇଛି। ଗୁରୁତରଙ୍କ ମଧ୍ୟରୁ ଜଣେ ଅତ୍ୟଧିକ ଜ୍ବର ଯୋଗୁ ଅସୁସ୍ଥ ହୋଇ ପଡ଼ିଛନ୍ତି। ଦୁଇଜଣଙ୍କ ଝାଡ଼ାବାନ୍ତି ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି। ବାକି ଅନ୍ୟମାନେ ଦୂରରୁ ଆସିଥିବାରୁ ଅସୁସ୍ଥ ହୋଇ ପଡ଼ିଥିଲେ। ସମସ୍ତଙ୍କର ଚିକିତ୍ସା ଚାଲିଛି।
ଆଶ୍ରୟସ୍ଥଳୀରେ ୬ ହବିଷ୍ୟାଳି ଗୁରୁତର
Advertisment
Follow Us