ଶିଶୁ ବଳି ଉଦ୍ୟମ ସନ୍ଦେହ, ୬ ଜଣଙ୍କୁ ଧରି ପୁଲିସ ଜିମା ଦେଲେ ଲୋକେ

ଶିଶୁ ବଳି ଉଦ୍ୟମ ସନ୍ଦେହ, ୬ ଜଣଙ୍କୁ ଧରି ପୁଲିସ ଜିମା ଦେଲେ ଲୋକେ

India Today

ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଥାନା ଅନ୍ତର୍ଗତ ଲିମଟିକିରା ଠାରେ ବୁଧବାର ସନ୍ଧ୍ୟାରେ ଶିଶୁ ବଳି ଉଦ୍ୟମ ହୋଇଥିବା ସନ୍ଦେହ କରାଯାଇଛି। ବଳି ଉଦ୍ଦେଶ୍ୟରେ ପୂଜା କରୁଥିବା ସନ୍ଦେହ କରି ଗ୍ରାମବାସୀ କେତେକ ଲୋକଙ୍କୁ ଧରି ପୁଲିସରେ ଜିମା ଦେଇଛନ୍ତି। ଲିମଟିକିରା ଜଙ୍ଗଲ ଭିତରେ ଏକ ପରିତ୍ୟକ୍ତ ଘରେ କିଛି ବ୍ୟକ୍ତି ପୂଜା କରୁଥିବା ବେଳେ  ଜଣେ ମହିଳା ଓ ଶିଶୁ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ନିକଟରେ ଥିବା ଏକ ଦୋକାନକୁ ସିନ୍ଦୁର କିଣିବାକୁ ଆସିଥିଲା। ‘ସିନ୍ଦୁର କଣ କରିବ’ ବୋଲି ଜଣେ କେହି ପଚାରିବାରୁ ସେ ‘ପୂଜା କରିବାର ଅଛି’ ବୋଲି କହି ସଂପୃକ୍ତ ବ୍ୟକ୍ତି ଜଣକ ସେଠାରୁ ଚାଲି ଯାଇଥିଲା।

ଲୋକଙ୍କ ସନ୍ଦେହ ହେବାରୁ ସେମାନେ ଜଙ୍ଗଲ ଭିତରକୁ ଯାଇ ସେଠାରେ ପୂଜା ଚାଲିଥିବା ଦେଖି ପଚରାଉଚରା କରିଥିଲେ। ପାଖରେ ଏକ ଶିଶୁ ଥିବାରୁ କା‌ଳେ ଶିଶୁବଳି ଦେବାକୁ ସେମାନେ ପୂଜା କରୁଥାଇପାରନ୍ତି ବୋଲି ସନ୍ଦେହ କରି ବିଭିନ୍ନ ପ୍ରଶ୍ନ ପଚରିବାରୁ ଜଣେ ସଂପୃକ୍ତ ମହିଳା ଓ ଶିଶୁକୁ ନେଇ ଏକ ବୋଲେରୋ ଦ୍ବାରା ଫେରାର ହୋଇ ଯାଇଥିଲା। ଏଥିରେ ଲୋକଙ୍କ ସନ୍ଦେହ ଆହୁରି ବଢ଼ି ଯାଇଥିଲା। ସେଠାରେ ଥିବା ୬ ଜଣଙ୍କ ଲୋକ ଓ ଏକ ବାଇକକୁ ନେଇ ପୁଲିସରେ ଦେଇଛନ୍ତି। ବେଲପହାଡ଼ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି। ତେବେ, ଶିଶୁବଳି ଉଦ୍ୟମ ଘଟଣାକୁ ଖଣ୍ଡନ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe