୬ ହାଇୱା, ମେସିନ ଜବତ

୬ ହାଇୱା, ମେସିନ ଜବତ

YouTube

ଧର୍ମଶାଳା: ଧର୍ମଶାଳା ତହସିଲ କର୍ତ୍ତୃପକ୍ଷ ପାଖର ମୌଜାରୁ ବେଆଇନ ଭାବେ ମାଟି ପରିବହନ କରୁଥିବା ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନକୁ ଜବତ କରିଛନ୍ତି। ୫୩ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ କାମରେ ଏହି ମାଟି ବ୍ୟବହାର କରାଯାଉଛି। ଦାୟିତ୍ବରେ ଥିବା ଠିକାସଂସ୍ଥା ପ୍ରଶାସନର ବିନା ଅନୁମତିରେ ପାଖର ମୌଜାରେ ଥିବା ଏକ ସରକାରୀ ଜମିରୁ ମାଟି ଖନନ ଓ ଚୋରାଚାଲାଣ କରୁଥିବା ଅଭିଯୋଗ ହୋଇଥିଲା।

ଖବର ପାଇ ତହସିଲଦାର ସ୍ବାଗତ ଦାସ, ଆରଆଇ ଚନ୍ଦନ କୁମାର ସାହୁ, ବିରଂଚି କୁମାର ବୋଇତେଇ, ମାନସ କୁମାର ବେଜ ଓ ଏଆରଆଇ ଜଗବନ୍ଧୁ ଜେନା ଆଜି ଭୋରୁ ସ୍ଥାନୀୟ ପୁଲିସ୍‌ ସହାୟତାରେ ଚଢ଼ଉ କରିଥିଲେ। ମାଟି ବୋଝେଇ ହୋଇଥିବା ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନକୁ ଜବତ କରାଯାଇଥିଲା। ଅନ୍ୟ କେତେକ ଗାଡ଼ି ଫେରାର୍ ହୋଇ ଯାଇଥିଲେ। ୩ଜଣ ହାଇୱା ଚାଳକ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଜବତ ଗାଡ଼ିଗୁଡ଼ିକରୁ ଜରିମାନା ଆଦାୟ କରାଯିବ ବୋଲି ତହସିଲ୍ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe