ଆସନ୍ତାକାଲି ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

Advertisment
ଆସନ୍ତାକାଲି ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବୁଲି ଆଜି ଦେଖିଛନ୍ତି। ନିଜରଗସ୍ତ କାଳରେ ଶ୍ରୀପାଣ୍ଡିଆନ୍‌ ଚିକିତ୍ସାଳୟରେ କେତେକ ତ୍ରୁଟି ଥିବା ଦେଖି ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କ ଉପରେ ବିରକ୍ତ ହୋଇଥିଲେ। ଏହି ଘଟଣାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କ ୁରାଜ୍ୟ ସରକାର ନିଲମ୍ବିତ କରିଛନ୍ତି।

publive-image

ତେବେ ରାଜ୍ୟ ସରକାର ଡାକ୍ତର ପଟେଲଙ୍କ ଉପରେ ଜାରି କରିଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର ଦାବି ନେଇ ଆସନ୍ତାକାଲି ବିଜେପି ପକ୍ଷରୁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ଡକରା ଦିଆଯାଇଛି ବୋଲି ବିଜେପି ଜିଲ୍ଲା ସଭାପତି ବଟକିଶୋର ମିଶ୍ର ସୂଚନା ଦେଇଛନ୍ତି। ଏହି ଘଟଣା ପ୍ରତିବାଦରେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ଫାଇଭ୍‌ ଟି ସଚିବ ଭି.କେ ପାଣ୍ଡିଆନ୍‌ଙ୍କ କୁଶପୁତ୍ତଳିକା ମଧ୍ୟ ଦଳ ପକ୍ଷରୁ ଦାହ କରାଯାଇଛି।

ତେବେ ଗତ ୪ରୁ ୫ ଦିନ ହେବ ରାଜ୍ୟର ଜିଲ୍ଲାରୁ ଜିଲ୍ଲା ବୁଲୁଛନ୍ତି ‘ଫାଇଭ୍‌ ଟି’ ସଚିବ ପାଣ୍ଡିଆନ୍‌ । ଏବଂ ଜିଲ୍ଳା ହସ୍ପିଟାଲ ସମେତ ଥାନା ସ୍ଥିତି ସମୀକ୍ଷା କରୁଛନ୍ତି । ବିଭିନ୍ନ ଜିଲ୍ଳା ମୁଖ୍ୟଚିକିତ୍ସାଳୟକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ସହ ରୋଗୀ ଓ ରୋଗୀଙ୍କ ସଂପର୍କୀୟ ସହ ଆଲୋଚନା ସିଧାସଳଖ ଆଲୋଚନା କରୁଛନ୍ତି । ମେଡିକାଲରେ ରୋଗୀ ସେବା ସମେତ ଔଷଧ ଯୋଗାଣ ନେଇ ମଧ୍ୟ ଆଲୋଚନା କରୁଛନ୍ତି ଫାଇଭ୍‌ ଟି ସଚିବ ।

ଆଜି ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚକିତ୍ସାଳୟ ବୁଲି ଦେଖିଲା ବେଳକୁ କେତେକ ତ୍ରୁଟି ଥିବା ଦେଖି ବିରକ୍ତ ହୋଇଥିଲେ । ଏହାପରେ ସୁନ୍ଦରଗଡ଼ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚକିତ୍ସାଧିକାରୀ ଡାକ୍ତର ପଙ୍କଜ ପଟେଲଙ୍କୁ ରାଜ୍ୟ ସରକାର ନିଲମ୍ବିତ କରିଥିଲେ। ଏହାଛଡ଼ା ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କୁ କାରଣ ଦର୍ଶାଅ ନୋଟିସ ବି ଜାରି ହୋଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe