ଲୁଣି ଜୁଆର ମାଡ଼ି ୬ ଶହ ହେକ୍ଟର ଚାଷଜମି ପ୍ରଭାବିତ

ଲୁଣି ଜୁଆର ମାଡ଼ି ୬ ଶହ ହେକ୍ଟର ଚାଷଜମି ପ୍ରଭାବିତ

ବାଲିଆପାଳ/ଲଙ୍ଗଳେଶ୍ବର: ଲୁଣି ଜୁଆର ପ୍ରଭାବରେ ବାଲିଆପାଳ ବ୍ଲକ୍ ବୋଳଂ ପଞ୍ଚାୟତର ୧୧, ୧୨ ଓ ୧୩ ନଂ ୱାର୍ଡ ସମେତ ସାଉଡି ପଞ୍ଚାୟତର ଛୟାଳିଆ, ବିଶଗାଦେଇପୁର, କୁଣ୍ଡୁଳୀ ପଞ୍ଚାୟତ ମହାପଦା ଗ୍ରାମର ୬ ଶହ ହେକ୍ଟରରୁ ଊର୍ଦ୍ଧ୍ବ ଚାଷଜମି କ୍ଷତିଗ୍ରସ୍ତ ହୋଇଛି।  ଏହି ସବୁ ଜମିରେ ଆଉ ଧାନଚାଷ ହେବ ନାହିଁ। ଗୃହପାଳିତ ପଶୁମାନେ ମଧ୍ୟ ଘାସ ପାଇବେ ନାହିଁ। ଏହାକୁ ନେଇ ଚାଷୀମାନେ ଚିନ୍ତାରେ ରହିଛନ୍ତି।

ଆଜି ଜିଲ୍ଲା ପରିଷଦ ସଦସ୍ୟ ନିଶାକର ସେଠୀ, ବୋଳଂ ସରପଞ୍ଚ ପ୍ରତିନିଧି କାର୍ତ୍ତିକ ମଲ୍ଲିକ, ସମିତି ସଦସ୍ୟଙ୍କ ପ୍ରତିନିଧି ତପନ ରାଉତ, ରାନୁ ରାଉତ, ଯୋଗେନ୍ଦ୍ର ମହାପାତ୍ର, ସାଉଡ଼ି ସଦସ୍ୟ କମଳଲୋଚନ ମଲ୍ଲିକ, ଜନ୍ମେଜୟ ମଲ୍ଲିକ, ପରେଶ ମଲ୍ଲିକ, ସଂଜୟ ଜେନା ପ୍ରମୁଖ ଜନପ୍ରତିନିଧି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ କ୍ଷତିଗ୍ରସ୍ତ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଡ୍ରେନଜ୍ ଓ ଇରିଗେସନ୍‌ ବିଭାଗର ଖାମଖିଆଲ ନୀତି ପାଇଁ ଲୋକଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡୁଥିବା  କ୍ଷତିଗ୍ରସ୍ତ ଚାଷୀ କହିଥିଲେ। ଜିଲ୍ଲା ପରିଷଦ ସଦସ୍ୟ  ଶ୍ରୀ ସେଠୀ ବିଭାଗୀୟ ଅଧିକାରୀଙ୍କୁ ଫୋନ୍‌ ଯୋଗେ  ସମସ୍ୟା ସଂପର୍କରେ ଅବଗତ କରାଇବା ସହ ତୁରନ୍ତ ଏହା ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରିବା ପାଇଁ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe