ମହୁମାଛି ଦଂଶନରେ ୬ ଆହତ

Advertisment
ମହୁମାଛି ଦଂଶନରେ ୬ ଆହତ

ମୋହନା : ମହୁମାଛି ଦଂଶନରେ ଗଜପତି ଜିଲ୍ଲା ମୋହନା ବ୍ଲକ୍‌ ପାଲଡ଼ା ଗ୍ରାମର ରବିଶଙ୍କର ମଳିକଙ୍କ ୫ ବର୍ଷର ପୁଅ ଶିବରାମ ପ୍ରାଣ ହରାଇଥିବା ବେଳେ ରବିଶଙ୍କର (୨୭)ଙ୍କ ସମେତ ତାଙ୍କ ପରିବାରର ରଜି˚ତା ମଳିକ(୨୪), ସାନବର ମଳିକ(୪୫), ବଳରାମ ମଳିକ(୮), ପ୍ରଦୀପ ମଳିକ(୬) ଓ ନକୁଳ ମଳିକ(୫) ଗୁରୁତର ଆହତ ହୋଇଛନ୍ତି। ରବିଶଙ୍କରଙ୍କ ପରିବାର ଗାଈ ଚରାଇବା ପାଇଁ ଗ୍ରାମ ନିକଟରେ ଥିବା ବଗଡ଼କୁ ଯାଇଥିଲେ।

ସେଠାରେ ମହୁମାଛି ଦଳ ସେମାନଙ୍କୁ ଦଂଶନ କରିଥିଲା। ସମସ୍ତେ ଆହତ ହୋଇ ପ୍ରଥମେ ଅଡ଼ବା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ତେବେ, ସେଠାରେ ଶିବରାମର ମୃତ୍ୟୁ ଘଟିଥିଲା। ଅନ୍ୟମାନଙ୍କୁ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା। ବର୍ତ୍ତମାନ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe