୬ କିଲୋରୁ ଅଧିକ ସୁନା ଜବତ, ୯ ଅଭିଯୁକ୍ତ ଗିରଫ

Advertisment
୬ କିଲୋରୁ ଅଧିକ ସୁନା ଜବତ, ୯ ଅଭିଯୁକ୍ତ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଜିଲା ମହାବିରୋଡ଼ ଥାନା ମହାବିରୋଡ଼ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାରୁ ଡକାୟତି ମାମଲାରେ ପୁଲିସକୁ ଆଜି ବଡ ସଫଳତା ମିଳିଛି | ଏହି ମାମଲାରେ ୯ ଜଣଙ୍କୁ ଗିରଫ କରାଯାଇଥିବାବେଳେ ଅଭିଯୁକ୍ତଙ୍କଠାରୁ ୬ କିଲୋଗ୍ରାମ ୧୨୦ ଗ୍ରାମ ସୁନା ଜବତ କରାଯାଇଛି | ସୁନା ସହ ୪ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା, ୩ଟି ପିସ୍ତଲ ଓ ୧୧ଟି ଗୁଳି ଜବତ କରାଯାଇଛି | ୩ଟି ଭୁଜାଲି, ୨୬ଟି ମୋବାଇଲ ସହ ବୋଲେରୋ ଗାଡି ଜବତ କରାଯାଇଛି |

ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ଜିଲ୍ଳା ଏଫ୍ସିଆଇ ମୁଣ୍ଡାବଜାର ଅଂଚଳର ସଦାମ ଖାନ୍ ଓରଫ ବିଲୁ (୨୯), ଝଝରିବାହାଳ ଗ୍ରାମର ନୀଳାଦ୍ରି ପ୍ରଧାନ ଓରଫ ନୀଳା(୪୦), ଗୁଣ୍ଡୁରୀ ଗ୍ରାମର ରଞ୍ଜିତ୍ ନାହାକ ଓରଫ କାଳିଆ(୨୫), ବଅଁରପାଳ ସୁଖୁଆସାହିର ଦିନେଶ ନାଏକ ଓରଫ ଗୁଣ୍ଡୁ(୨୬), ବିଜିତଳ ଗ୍ରାମର ରାମି ଟୁଡୁ ଓରଫ ମୁଣ୍ଡା(୨୭), ବଅଁରପାଳ କଲେଜ୍ ସାହିର ବଳଭଦ୍ର ନାଏକ ଓରଫ ବଳିଆ(୧୯), ବୃନ୍ଦାବନପୁର ଗ୍ରମାର ବସନ୍ତ ଭୋଇ (୩୮) ଏବଂ ତାଙ୍କ ସ୍ତ୍ରୀ ଝରଣା ଭୋଇ(୩୨)ଙ୍କ ସମେତ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ମାଝିକା ଗ୍ରାମର ଜିତେନ୍ଦ୍ର ପ୍ରଧାନ ଓରଫ ଜିତୁ(୨୬) ।

ଉଲ୍ଲେଖ ଥାଉ କି ଗତ ଫେବୃୟାରୀ ୩ ତାରିଖରେ ଦୁର୍ବୃତ୍ତମାନେ ବନ୍ଧୁକ ଓ ଭୁଜାଲି ଦେଖାଇ ଭୟଭୀତ କରିବା ସହ ଫାଙ୍କା ଗୁଳି ଚଳାଇ ବ୍ୟାଙ୍କରୁ ଲୁଟ୍‌ କରିଥିଲେ। ୨ଟି ବାଇକ୍‌ରେ ୪ଜଣ ଆସି ହଠାତ ବ୍ୟାଙ୍କ ଭିତରେ ପଶିବା ସହ ଲୁଟିବା ସହ ଫେରାର ହୋଇଯାଇଥିଲେ। ପ୍ରାଥମିକ ଭାବେ ୬ଲକ୍ଷ ଟଙ୍କା ଓ ୪ଟି ସୁନା ବାକ୍ସରୁ ୫୩୫ଟି ପ୍ୟାକେଟ ସୁନା ଲୁଟି ନେଇଥିଲେ । ଲୁଟ ସୁନାର ମୂଲ୍ୟ ଅଢେଇ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe