କନେଷ୍ଟବଳଙ୍କଠାରୁ ମିଳିଲା ୬ ଲକ୍ଷ, ଗଞ୍ଜେଇ ମାଫିଆଙ୍କଠାରୁ ଆଦାୟ କରିଥିଲେ, ପିସ୍ତଲ ଜବତ

Advertisment
କନେଷ୍ଟବଳଙ୍କଠାରୁ ମିଳିଲା ୬ ଲକ୍ଷ, ଗଞ୍ଜେଇ ମାଫିଆଙ୍କଠାରୁ ଆଦାୟ କରିଥିଲେ, ପିସ୍ତଲ ଜବତ

ବୌଦ୍ଧ: ବୌଦ୍ଧ ଜିଲ୍ଲା ସଦର ଥାନା ଅଧୀନ ବଘିଆପଡ଼ା ଫାଣ୍ଡିରେ କାର୍ଯ୍ୟରତ ଜଣେ ଡିଭିଏଫ୍‌ କନେଷ୍ଟବଳଙ୍କ ପାଖରୁ ଭିଜିଲାନ୍ସ ୬ ଲକ୍ଷ ଟଙ୍କା ସହ ପିସ୍ତଲ ଜବତ କରିଛି। ଭିଜିଲାନ୍ସ ବିଭାଗ ସୂଚନା ଅନୁସାରେ, ଜିଲ୍ଲା ପୁଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ରେ ଥିବା ଡିଭିଏଫ୍‌ କନେଷ୍ଟବଳ ହରିଶ୍ଚନ୍ଦ୍ର ସାହୁ ବେଞ୍ଚାପାଲି ଓ ଲକଡ଼ପାଜୁ ଗାଁରୁ ଗଞ୍ଜେଇ ଚାଷ କରୁଥିବା ମାଫିଆଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ଗଞ୍ଜେଇ ଗଛ ନଷ୍ଟ ନ କରିବା ତଥା ଗଞ୍ଜେଇ ଚାଷକୁ ସୁରକ୍ଷା ଦେବା କହି ଟଙ୍କା ଆଦାୟ କରିଥିଲେ। ସଂଗୃହୀତ ଟଙ୍କା ବୁଧବାର ଅନ୍ୟତ୍ର ନେବା ସୂଚନା ମିଳିଥିଲା। ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିଲା। ବୁଧବାର ଭିଜିଲାନ୍‌ସ ଛକି ରହିଥିବା ବେଳେ ହରିଶ୍ଚନ୍ଦ୍ର ତାଙ୍କ ସରକାରୀ କ୍ବାର୍ଟର୍ସରୁ ଟଙ୍କା ନେଇ ବାହାରିଥିଲେ। ଏହି ସମୟରେ ଭିଜିଲାନ୍ସ ଦଳ ତାଙ୍କୁ କାବୁ କରିଥିଲା। ତାଙ୍କ ପାଖରୁ ୬ ଲକ୍ଷ ଟଙ୍କା ସହ ଏକ ପିସ୍ତଲ ଜବତ କରାଯାଇଛି। କେଉଁମାନଙ୍କ ପାଖରୁ ଟଙ୍କା ଆଦାୟ କରାଯାଇଛି ଓ କାହା ପାଖକୁ ଟଙ୍କା ନେଇ ଯାଉଥିଲେ, ଏ ବିଷୟରେ ତଦନ୍ତ ଆରମ୍ଭ ହୋଇଛି। ଅଭିଯୁକ୍ତ କନେଷ୍ଟବଳଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe