ମହୁମାଛି ଆକ୍ରମଣରେ ୫ ଗୁରୁତର ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ୬ମାସର ଶିଶୁର ମୃତ୍ୟୁ

ଖେଳୁଥିବା ବେଳେ ପୋଖରୀରେ ପଡ଼ି ଶିଶୁକନ୍ୟାର ମୃତ୍ୟୁ

The Indian Express

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚକଲାପଦର ପଞ୍ଚାୟତ ଫୁଲଝରି ଗ୍ରାମରେ ମହୁମାଛି ଆକ୍ରମଣରେ ଗୋଟିଏ ପରିବାରର ୫ ଜଣ ଗୁରୁତରଙ୍କ ମଧ୍ୟରୁ ୬ମାସର ଶିଶୁର ମୃତ୍ୟୁ ହୋଇଛି। ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ଶିଶୁର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଫୁଲଝରି ଗ୍ରାମର ଟିକିରାମ ମାଝୀ ଶନିବାର ସକାଳ ୧୦ଟାରେ ପତ୍ନୀ ତୁଲା, ବଡ଼ ଝିଅ, ମଝିଆ ଝିଅ ହାରାବତୀ ଓ ସାନ ଝିଅ ଅମ୍ବିକାଙ୍କ ସହ ମିଶି ଘରଠାରୁ କିଛି ଦୂରରେ ଥିବା ମହୁଲ ଗଛରୁ ମହୁଲଫୁଲ ସଂଗ୍ରହ କରିବାକୁ ଯାଇଥିଲେ। ମହୁଲଫୁଲ ସଂଗ୍ରହ କରିବା ବେଳେ ହଠାତ ମହୁଲ ଗଛରେ ଥିବା ମହୁ ଫେଣାକୁ ଏକ ଚଢେଇ ଖୁମ୍ପି ଦେଇଥିଲା। ଫଳରେ ଗଛ ତଳେ ମହୁଲ ଫୁଲ ସଂଗ୍ରହ କରୁଥିବା ଟିକିରାମଙ୍କ ପରିବାରକୁ ମହୁମାଛି ଅତର୍କିତ ଆକ୍ରମଣ କରିଥିଲେ। ପରେ ପ୍ରାଣ ବିକଳରେ ଟିକିରାମ ତୁରନ୍ତ ପରିବାର ଲୋକଙ୍କ ସହ ଘରକୁ ‌‌ଦୌଡ଼ିଥିଲେ। ଏହା ଜାଣିବା ପରେ ଗ୍ରାମବାସୀ ଆମ୍ବୁଲାନ୍ସକୁ ଯୋଗାଯୋଗ କରି ସମସ୍ତଙ୍କୁ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ସମସ୍ତଙ୍କ ମୁହଁ ଓ ଶରୀରରେ ମହୁମାଛି ଆକ୍ରମଣ କରିଥିଲେ। ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସମସ୍ତଙ୍କ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ୬ମାସର ଶିଶୁ ଅମ୍ବିକାର ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଉମରକୋଟକୁ ସ୍ଥାନାନ୍ତରିତ କରାଯାଇଥିଲା।ଚିକିତ୍ସା ପରେ ଅନ୍ୟ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ବେଳେ ଆଜି ସକାଳ ୮ଟାରେ ଚିକିତ୍ସାଧୀନ ଅବସ୍ଥାରେ ୬ ମାସର ଶିଶୁ ଅମ୍ବିକାର ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe