୬ ମାସରୁ ୩ ବର୍ଷର ପିଲାଙ୍କୁ ମିଳିବ ଗରମ ରନ୍ଧାଖାଦ୍ୟ

Advertisment

ମୟୂରଭଞ୍ଜର ୨ଟି ବ୍ଲକରେ ପାଇଲଟ୍‌ ପ୍ରୋଜେକ୍ଟ, ଆମେରିକା ସଂସ୍ଥା ସହିତ ଚୁକ୍ତିନାମା

ମୟୂରଭଞ୍ଜର ୨ଟି ବ୍ଲକରେ ପାଇଲଟ୍‌ ପ୍ରୋଜେକ୍ଟ, ଆମେରିକା ସଂସ୍ଥା ସହିତ ଚୁକ୍ତିନାମା

୬ ମାସରୁ ୩ ବର୍ଷର ପିଲାଙ୍କୁ ମିଳିବ ଗରମ ରନ୍ଧାଖାଦ୍ୟ

ଭୁବନେଶ୍ବର : ଶିଶୁ ଅପପୁଷ୍ଟିର ମୁକାବିଲା ପାଇଁ ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍‌ରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ କରାଯାଇଛି। ଏଥିପାଇଁ ଆମେରିକାର ଇଣ୍ଡିଆନ୍‌ ଫାଉଣ୍ଡେସନ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛି ରାଜ୍ୟ ମହିଳା ଏବଂ ଶିଶୁ କଲ୍ୟାଣ ବିଭାଗ। ଏହି ଦୁଇଟି ବ୍ଲକ୍‌ରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯିବ। ଯାହା ଅପପୁଷ୍ଟି ଭୋଗୁଥିବା ଶିଶୁମାନଙ୍କ ପୁଷ୍ଟିସାଧନ ଦିଗରେ ସହାୟକ ହେବ। ଶିଶୁମାନଙ୍କର ପ୍ରାକ୍‌-ବିଦ୍ୟାଳୟ ପ୍ରସ୍ତୁତିକୁ ଅଧିକ ଜୋରଦାର କରିବା ସହିତ ସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ପାରିବ ବୋଲି ମଧ୍ୟ ଆଶା କରାଯାଉଛି।

ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍‌ କହିଛନ୍ତି, ଅପପୁଷ୍ଟିର ମୁକାବିଲା ପାଇଁ ବର୍ଦ୍ଧିତ ଛତୁଆର ବ୍ୟବସ୍ଥା, ୬ ବର୍ଷର କମ୍‌ ପିଲାମାନଙ୍କ ନିମନ୍ତେ ପରିପୂରକ ପୁଷ୍ଟି ଯୋଜନା ଅଧୀନରେ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହନ, ‘ଟିକି ମାଉସୀ’ ମାସ୍କଟ ମାଧ୍ୟମରେ ପୁଷ୍ଟି ସଚେତନତା ବାର୍ତ୍ତାର ପ୍ରସାର, କଳିକା ଗୋଷ୍ଠୀଗତ କ୍ରେଚ୍‌, ପଡ଼ାପୁଷ୍ଟି କାର୍ଯ୍ୟକ୍ରମ ଆଦି ଏଥିରେ ଅନ୍ତର୍ଭୁକ୍ତ। କାର୍ଯ୍ୟକ୍ରମରେ ବିଭାଗୀୟ କମିସନର ଶୁଭା ଶର୍ମା, ମୟୂରଭଞ୍ଜର ଜିଲ୍ଲାପାଳ ବିନୀତ୍‌ ଭରଦ୍ୱାଜ, ଆମେରିକାନ୍‌ ଇଣ୍ଡିଆ ଫାଉଣ୍ଡେସନ ନିର୍ଦ୍ଦେଶକ ମି. ମାଥୁ୍ୟ ଜୋଶେଫ୍‌, ପ୍ରକଳ୍ପ ନିର୍ଦ୍ଦେଶକ ରାଜକମଲ ଶର୍ମା, ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe