ଛତିଶଗଡ଼ରେ ଏନକାଉଣ୍ଟର : ୬ ନକ୍ସଲ ମୃତ

Advertisment
ଛତିଶଗଡ଼ରେ ଏନକାଉଣ୍ଟର : ୬ ନକ୍ସଲ ମୃତ

Photo by : ommcomnews.com

ମାଲକାନଗିରି : ଛତିଶଗଡର ନାରାୟଣପୁର ଜିଲ୍ଲାରେ ପୁଲିସ ଏନକାଉଣ୍ଟରରେ ୬ ଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ୯ଟି ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରାଯାଇଛି। ଆଜି ସକାଳୁ ଜିଲ୍ଲା ପୁଲିସ,ଡିଆରଜି ଏବଂ ସିଆରପିଏଫ ଯବାନ ଜିଲ୍ଲାର ଧୁରବେଡା ଅଂଚଳରେ କମ୍ବିଂ କରୁଥିଲେ। ଏହି ଜଂଗଲରେ ପୂର୍ବରୁ ନକ୍ସଲ କ୍ୟାମ୍ପକରି ରହିଥିଲେ। ଯବାନଙ୍କ ଉପସ୍ଥିତି ସଂପର୍କରେ ଜାଣିପାରି ନକ୍ସଲଙ୍କ ପକ୍ଷରୁ ଗୁଳିମାଡ଼ ହୋଇଥିଲା। ଯବାନମାନେ ପାଲଟା ଜବାବ ଦେଇଥିଲେ। ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ପରେ ନକ୍ସଲ ସେ ସ୍ଥାନ ଛାଡ଼ି ଚାଲି ଯାଇଥିଲେ। ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କ ମୃତଦେହ ମିଳିଥିଲା। ଘଟଣାସ୍ଥଳରୁ ୯ଟି ବନ୍ଧୁକ ସହ ବହୁ ପରିମାଣର ମାଓ ସାମଗ୍ରୀକୁ ଜବତ କରିଥିଲା। ଏହି ଘଟଣାରେ ଆହୁରି ଅନେକ ନକ୍ସଲ ଆହତ ହୋଇଥିବା ପୁଲିସ ସନ୍ଦେହ ପ୍ରକାଶ କରିଛି। ନାରାୟଣପୁର ଏସପି ସଂତୋଷ ସିଂହ କହିଛନ୍ତି ଯେ ୬ଜଣ ନକ୍ସଲଙ୍କ ଶବ ମିଳିଛି। ତେବେ ଆହୁରି ଅନେକ ମୃତାହତ ହୋଇଛନ୍ତି। ମୃତାହତ ନକ୍ସଲଙ୍କୁ ସେମାନଙ୍କ ସାଥୀ ବୋହି ନେବାରେ ସଫଳ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe