ବଜ୍ରାଘାତରେ ୬ ବଳଦ ମଲେ

ବଜ୍ରାଘାତରେ ୬ ବଳଦ ମଲେ

Shutterstock

ଚମ୍ପୁଆ: ଚମ୍ପୁଆ ବ୍ଲକ୍‌ ଭଣ୍ଡା ପଞ୍ଚାୟତ ସୁନାରିପଶି ଗ୍ରାମରେ ବଜ୍ରାଘାତରେ ୬ଟି ବଳଦ ପ୍ରାଣ ହରାଇଛନ୍ତି। ଆଜି ଅପରାହ୍‌ଣରେ ବଳଦ ଗୁଡ଼ିକ ଗାଁ ନିକଟରେ ଚରୁଥିବା ବେଳେ ବର୍ଷା ସାଙ୍ଗକୁ ଖୁବ୍‌ ଜୋରରେ ଘଡ଼ଘଡ଼ି ମାରିଥିଲା। ବଳଦ ଗୁଡ଼ିକ ବର୍ଷାରୁ ରକ୍ଷା ପାଇବା ପାଇଁ ଏକ ବାଉଁଶବୁଦା ମୂଳରେ ଆଶ୍ରୟ ନେଇଥିଲେ।

ବଳଦ ମାଲିକମାନେ ଗାଁ ଭିତରେ ଆଶ୍ରୟ ନେଇଥିଲେ। ଏହ ସମୟରେ ବଜ୍ରପାତ ହୋଇଥିଲା। ଏଥିରେ ୬ଟି ବଳଦ ପ୍ରାଣ ହରାଇଛନ୍ତି। ବର୍ଷା ଛାଡ଼ିଲା ପରେ ମାଲିକମାନେ ଆସି ଦେଖିଲା ବେଳକୁ ବାଉଁଶବୁଦା ମୂଳରେ ବଳଦ ଗୁଡ଼ିକ ମରି ପଡ଼ିଥିଲେ। ଲୋଚନ ମହାନ୍ତଙ୍କ ୩ଟି, ଦୈତାରୀ ମହାନ୍ତ, ଡମ୍ବରୁ ପ୍ରଧାନ ଏବଂ କ୍ଷେତ୍ରବାସୀ ପ୍ରଧାନଙ୍କ ଗୋଟିଏ ଲେଖାଏଁ ବଳଦ ପ୍ରାଣ ହରାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe