ଭୀମସାରରେ ଭର୍ତ୍ତି ହେଲେ ୬ ରୋଗୀ

Advertisment
ଭୀମସାରରେ ହେବ ସବୁ ଜିଲ୍ଲା ପାଇଁ ଅଲଗା ହେଲ୍ପ ଡେକ୍ସ

www.vimsar.ac.in

ବୁର୍ଲା: ବୁର୍ଲା ଭିମ୍‌ସାରରେ କାୟା ବିସ୍ତାର କରୁଛି କରୋନା। ଆଜି ଭିମସାର୍ ପ୍ରଥମ କୋଭିଡ ହସ୍ପିଟାଲ୍‌ରେ ୬ ଗୁରୁତର ରୋଗୀ ଭର୍ତ୍ତି ହୋଇଛନ୍ତି। ପ୍ରଥମ କୋଭିଡ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିବା ୬ଜଣ ରୋଗୀ ମଧ୍ୟରୁ ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଜଣେ ରୋଗୀ ଅସ୍ତ୍ରୋପଚାର ପରେ କରୋନା ଲକ୍ଷଣ ଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟ ଜଣେ ରୋଗୀ ଇଏନ୍‌ଟି ୱାର୍ଡରୁ କୋଭିଡ୍ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି।

ଜଣେ ରୋଗୀ ସମ୍ବଲପୁର ମୁଖ୍ୟ ଡାକ୍ତରଖାନାରୁ ସ୍ଥାନାନ୍ତର ହୋଇଥିବା ବେଳେ ଅନ୍ୟ ଜଣେ ବିକାଶ ହସ୍ପିଟାଲ୍‌ରୁ ଆସିଥିବା ଜଣାପଡ଼ିଛି। ଏପଟେ ଆଉଟ୍ ଡୋରରେ ଆର୍‌ଟିପିସିଆର୍‌ ପରୀକ୍ଷାରେ ଦୁଇ ଜଣ ରୋଗୀ କରୋନା ଆକ୍ରାନ୍ତ ହୋଇଥିବା ଚିହ୍ନଟ ହୋଇଛନ୍ତି। ତେବେ ଧୀରେ ଧୀରେ କରୋନା କାୟା ବିସ୍ତାର କରୁଥିବାରୁ ଭିମ୍‌ସାର କର୍ତ୍ତୃପକ୍ଷ ଚିନ୍ତିତ ଅଛନ୍ତି। ତେଣୁ, ସମସ୍ତଙ୍କୁ ମାସ୍କ ପରିଧାନ କରିବା ସହିତ ସାମାଜିକ ଦୁରତ୍ଵ ବଜାୟ ରଖି କୋଭିଡ୍ ନିୟମକୁ ପାଳନ କରିବାକୁ ଭିମାସର୍ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe