୮ ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ମହିଳାଙ୍କ ସମେତ ୬ ଗିରଫ

Advertisment

ଅଭିଯୁକ୍ତଙ୍କୁ ଧରିବାର ୩ ଦିନ ପରେ ମାମଲା ରୁଜୁ

ଅଭିଯୁକ୍ତଙ୍କୁ ଧରିବାର ୩ ଦିନ ପରେ ମାମଲା ରୁଜୁ

୮ ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ମହିଳାଙ୍କ ସମେତ ୬ ଗିରଫ

ଖୋର୍ଦ୍ଧା: ପ୍ରାୟ ୧ ବର୍ଷ ପୂର୍ବେ ଖୋର୍ଦ୍ଧା ଜିଲ୍ଲାର ଗ୍ରାମାଂଚଳରେ ବ୍ରାଉନସୁଗାର, ଗଂଜେଇ ଆଦିର ଚୋରା ଚାଲାଣ ପ୍ରାୟତଃ ହ୍ରାସ ପାଇଥିଲା। ବର୍ତ୍ତମାନ ପୁଣିଥରେ ଏହା ଆଶ୍ଚର୍ଯ୍ୟଜନକ ଭାବେ ବୃଦ୍ଧି ପାଇଛି। ଅବକାରୀ ବିଭାଗ ୪ ମହିଳାଙ୍କ ସମେତ ମୋଟ ୬ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ, ବିହାର ରାଜ୍ୟ ବେଗୁସରାଇ ନିନଗା ଗାଁର ହୀରା ଦେବୀ (୪୩), ସଂଜୟ କୁମାର (୧୯), ବାବୀ ଦେବୀ (୩୯), ନେହା କୁମାରୀ (୨୪), କୁନ୍ଦନ କୁମାର (୨୧), ବିନୀତା ଦେବୀ (୫୮) ।

ପୁଲିସ ଓ ଅବକାରୀ ବିଭାଗ ନାମକୁ ମାତ୍ର ଧରପଗଡ଼ କରୁଥିବା ବେଳେ ଯେଉଁ ମାମଲା ଧରୁଛନ୍ତି ସେଥିରେ ମଧ୍ୟ ସ୍ୱଚ୍ଛତା ନଥିବା ସାଧାରଣରେ ଆଲୋଚନା ହେଉଛି। ଯେତିକି ପରିମାଣର ଓ ଯେତିକି ଅଭିଯୁକ୍ତଙ୍କୁ ଧରାଯାଉଛି ମାମଲା ରୁଜୁ କରିବା ବେଳେ ସେହି ସଂଖ୍ୟା ହ୍ରାସ ପାଉଥିବା ଅଭିଯୋଗ ହେଉଛି । ଏଭଳି ଏକ ଘଟଣାକ୍ରମେ ଦୁଇ ଦିନ ପୂର୍ବେ ଜଟଣୀ ରୋଡରୁ ଅବକାରୀ ବିଭାଗ ଜବତ କରିଥିବା ଗଂଜେଇ ଘଟଣା ଏହି ଅଭିଯୋଗକୁ ପୁଣି ପ୍ରମାଣିତ କରିଛି।

ଆଜି ଖୋର୍ଦ୍ଧା ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ଯେ ଶୁକ୍ରବାର ଖୋର୍ଦ୍ଧା ରୋଡ୍ (ଜଟଣୀ) ରେଳବାଇ ଷ୍ଟେସନ ଠାରୁ ଗଂଜେଇ ଚାଲାଣ ହେଉଥିବା ବେଳେ ସୂଚନା ପାଇ ଅବକାରୀ ବିଭାଗର ଏକ ଟିମ୍ ଚଢ଼ଉ କରିଥିଲା। ଚଢ଼ଉରେ ୭୭ କିଲୋଗ୍ରାମ ଗଂଜେଇ ଭର୍ତି ଥିବା ୮ଟି ବ୍ୟାଗ୍ ଧରାଯିବା ସହ ଏହି ମାମଲାରେ ୪ ମହିଳାଙ୍କ ସମେତ ୬ ଜଣଙ୍କୁ ଗିରଫ କରାଯାଇଥିଲା। ଏନେଇ ଖୋର୍ଦ୍ଧା ଅବକାରୀ ଥାନା ୧୨/୨୦୨୩ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି।

ତେବେ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନାରେ ଏହି ମାମଲା ୨୫ ତାରିଖ ସଂଧ୍ୟାରେ ଧରାଯାଇଥିଲା । ୪ ମହିଳା ଓ ୪ ଜଣ ପୁରୁଷଙ୍କୁ ଆର୍ପିଏଫ୍ ଧରି ଖୋର୍ଦ୍ଧା ଅବକାରୀ ବିଭାଗକୁ ହସ୍ତାନ୍ତର କରିଥିଲା । ଖୋର୍ଦ୍ଧା ଅବକାରୀ ବିଭାଗ ଗତକାଲି ଏନେଇ ମାମଲା ରୁଜୁ କରି ୬ଜଣଙ୍କୁ ଗିରଫ ଦର୍ଶାଇଥିବା ବେଳେ ଜବତ ଗଂଜେଇର ପରିମାଣ ମଧ୍ୟ କମାଇଥିବା ଜଣାଯାଇଛି । ଅଭିଯୁକ୍ତଙ୍କୁ ଧରିବାର ତିନି ଦିନ ପରେ ଗଣମାଧ୍ୟମକୁ ଏନେଇ ସୂଚନା ଦେବା ପଛରେ ଅବକାରୀ ବିଭାଗର ଧରପଗଡ଼ ଓ ଆନ୍ତରିକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe