ପିକ୍‌ନିକ୍‌ ଭ୍ୟାନ୍‌ ସହ ଯାତ୍ରୀବାହୀ ବସ୍‌, ସ୍କୋର୍ପିଓ ସହିତ ଅଟୋ-ବାଇକ୍‌ ଧକ୍କାରେ ୬ ମୃତ, ୧୦ ଆହତ

Advertisment
ପିକ୍‌ନିକ୍‌ ଭ୍ୟାନ୍‌ ସହ ଯାତ୍ରୀବାହୀ ବସ୍‌, ସ୍କୋର୍ପିଓ ସହିତ ଅଟୋ-ବାଇକ୍‌ ଧକ୍କାରେ ୬ ମୃତ, ୧୦ ଆହତ

ଆସିକା/ବୋରିଗୁମ୍ମା: ରାଜ୍ୟରେ ଆଜି ୨ଟି ବଡ଼ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଗଂଜାମ ଜିଲ୍ଲା ଆସିକା ଥାନା ଅଧୀନ ଖଡ଼ଭାଗରେ ଘଟିଥିବା ବସ୍‌-ଭ୍ୟାନ୍‌ ମୁହାଁମୁହିଁ ଧକ୍କାରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି। ସେହପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଧୀନ ବିଜାପୁର ଗାଁରେ ସ୍କୋର୍ପିଓ ଯୋଗୁଁ ଘଟିଥିବା ଦୁର୍ଘଟଣାରେ ୨ ମହିଳାଙ୍କ ସମେତ ୩ ଜଣଙ୍କର ମୃତ୍ୟୁ ହୋଇଛି।

ଆଜି ସକାଳୁ ବ୍ରହ୍ମପୁରରୁ ଗଂଜାମ ଜିଲ୍ଲା ବୁଗୁଡ଼ା ଥାନା ଅଧୀନ ବୁଦ୍ଧଖୋଲରେ ବଣଭୋଜି ପାଇଁ ଯାଉଥିବା ଭ୍ୟାନ୍‌ (ଟାଟା ଏସିଇ) ଖଡ଼ଭାଗ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ସାମ୍ନା କରିଥିଲା। ବିପରୀତ ଦିଗରୁ ଆସୁଥିବା ବସ୍(ଓଆର୧୨ବି ୫୦୨୭)ଟି ଭ୍ୟାନ୍(ଓଆର୦୭ଡବ୍ଲୁ-୫୧୨୫)କୁ ମୁହାଁମୁହିଁ ଧକ୍କା ହେଇଥିଲା। ଫଳରେ ଭ୍ୟାନ୍‌ର ଡ୍ରାଇଭର ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର କେଉଟସାହି ନିବାସୀ ବାବୁ ବେହେରା (୩୫), ରୋଷେୟା ତଥା ଗୋଷାଣି ନୂଆଗାଁ ଥାନା ଅଧୀନ ହଳଦିଆପଦର (ରାଳବରୋଡ) ରାଜେନ୍ଦ୍ର କୁମାର ବଡୁ (୫୫) ବଡ଼ସାହି ନିବାସୀ ସୁନିତା ପାତ୍ର (୪୫)ଙ୍କ ମୃତ୍ୟୁ ହୋଇଥିଲା। ବସ୍‌ର ଅନ୍ୟ କିଛି ଯାତ୍ରୀମାନେ ସାମାନ୍ୟ ଆହତ ହୋଇଥିଲେ।

publive-image

ଅନ୍ୟ ଏକ ଦୁର୍ଘଟଣାରେ ଛତିଶଗଡ଼ର ଏକ ସ୍କୋର୍ପିଓ ଯାତ୍ରୀବାହୀ ଅଟୋ ଓ ୨ଟି ବାଇକ୍‌କୁ ଧକ୍କା ଦେଇଥିଲା।। କୋରାପୁଟ ଜିଲ୍ଲା କୋଟପାଡରୁ ବୋରିଗୁମ୍ମା ଯାଇଥିବା ୬୩ ଜାତୀୟ ରାଜପଥ ଉପରେ ବିଜାପୁର ଗାଁରେ ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ ଟାରେ ଏହି ଦୁର୍ଘଟଣା ଘଟିଥିଲା। ଛତିଶଗଡ଼ ନମ୍ବର ଥିବା ସ୍କୋର୍ପିଓ ବୋରିଗୁମ୍ମା ଅଭିମୁଖେ ଯାଉଥିବା ବେଳେ ବିଜାପୁରରେ ପ୍ରଥମେ ଏକ ବାଇକ୍‌କୁ ଧକ୍କା ଦେଇ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା। ଏହା ପରେ ସ୍କୋର୍ପିଓଟି ପୁଣି ଥରେ ଅନ୍ୟ ଏକ ବାଇକ୍‌କୁ ଧକ୍କା ଦେଇ ନିକଟସ୍ଥ ଏକ କଲଭର୍ଟ ଭିତରକୁ ପଶିଯାଇଥିଲା। ଅଟୋରେ ପ୍ରାୟ ୧୫ଜଣ ଯାତ୍ରୀ ଥିଲେ। ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକମାନଙ୍କ ମଧ୍ୟରୁ ୨ ଜଣ ଅଟୋର ଯାତ୍ରୀ ଥିବା ବେଳେ ତୃତୀୟ ବ୍ୟକ୍ତି ବାଇକ ଚାଳକ। ଆହତ ୧୦ ଜଣଙ୍କୁ ଜୟପୁର ‌ଡାକ୍ତରଖାନାକୁ ନିଆଯାଇଥିବା ବେଳେ ‌ସେଠାରୁ ଗୁରୁତରମାନଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତରିତ କରାଯାଇଛି।

publive-image

ଏହି ଦୁର୍ଘଟଣା ପରେ ସ୍କୋର୍ପିଓ ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। କିନ୍ତୁ ସ୍କୋର୍ପିଓରେ ବସିଥିବା ଅନ୍ୟ ୪ ଜଣଙ୍କୁ ଗ୍ରାମବାସୀ ପୁଲିସରେ ଜିମା ଦେଇଥିଲେ। ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକ୍‌, ଅଟୋ ଓ ‌ସ୍କୋର୍ପିଓକୁ ନିଜ ହେପାଜତକୁ ନେଇ ଘଟଣାର ତଦନ୍ତ କରୁଛି। ଅନ୍ୟପଟରେ ଉତ୍ତେଜିତ ‌ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଫଳରେ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଶତାଧିକ ଯାନବାହନ ଦୀର୍ଘ ସମୟ ହେଲା ଅଟକି ରହିଥିଲା। ଲୋକଙ୍କୁ ବୁଝାସୁଝା କଲା ପରେ ରାସ୍ତାରୋକ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe