ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ରେଢାଖୋଲ ବନଖଣ୍ଡ ଗିରିଶ୍ଚଚନ୍ଦ୍ରପୁର ରେଞ୍ଜ ଓ ନାକଟିଦେଉଳ ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ବେଆଇନ କେନ୍ଦୁପତ୍ର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଗୁରୁବାର ରାତି ପ୍ରାୟ ସାଢ଼େ ୧୦ ଟା ବେଳେ ଗିରିଶ୍ଚଚନ୍ଦ୍ରପୁର ରେଞ୍ଜ ଓ ନାକଟିଦେଉଳ ରେଞ୍ଜ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ୬ କୁଇଣ୍ଟାଲ୍ ୯୦ କେଜି କେନ୍ଦୁପତ୍ର ଜବତ କରାଯାଇଛି। ଉଭୟ ରେଞ୍ଜ ପକ୍ଷରୁ ପାଟ୍ରୋଲିଂ ବେଳେ ଗଞ୍ଜାବାହାଳ ଗ୍ରାମ ନିକଟରେ ଏକ ପିକ୍ ଅପ୍ ଗାଡ଼ି (ଓଆର-୨ ବିଏଲ-୫୫୦୩)ରେ ବେଆଇନ ଭାବେ କେନ୍ଦୁପତ୍ର ଚୋରା ଚାଲାଣ ହେଉଥିବା ବନ ବିଭାଗ ଜାଣିବାକୁ ପାଇଥିଲା।
ଗିରିଶ୍ଚନ୍ଦ୍ରପୁର ରେଞ୍ଜ ଅଧିକାରୀ ସୁଶାନ୍ତ ବନ୍ଧ, ଫରେଷ୍ଟର ସୁଜିତ ପ୍ରଧାନ, ନାକଟିଦେଉଳ ରେଞ୍ଜ ଅଧିକାରୀ ଅଶ୍ବିନୀ ବେହେରା, ଫରେଷ୍ଟର ଅନୀଲ କିଷାନ ପ୍ରମୁଖଚଢ଼ଉ କରି ଗାଡ଼ି ସହ ୧୩୯ ବଣ୍ଡଲ ଅର୍ଥାତ ୬ କୁଇଣ୍ଟାଲ ୯୦ କେଜି ବେଆଇନ କେନ୍ଦୁପତ୍ର ଜବତ କରିଥିଲେ। ଏହି ବେଆଇନ କେନ୍ଦୁପତ୍ର ଚୋରା ଚାଲାଣରେ ବେଳେ ଡ୍ରାଇଭର ଓ ଚାଲାଣକାରୀ ଫେରାର ହୋଇ ଯାଇଥିଲେ। ଜବତ କେନ୍ଦୁପତ୍ରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୨ ହଜାର ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
Follow Us