୬ ଚୋରା ବାଇକ୍‌ ଜବତ, ଜଣେ ଗିରଫ

ଝାଡ଼େଶ୍ବର କୋଅପରେଟିଭ ସୋସାଇଟି କେଳେଙ୍କାରୀ: ୧୦ କୋଟି ହଡ଼ପ, ସିଓଓ ଗିରଫ

taxscan.in

ଚଣ୍ଡିଖୋଲ/ବଡ଼ଚଣା: ବଡ଼ଚଣା ଥାନା ତଥା ଚଣ୍ଡିଖୋଲ ଫାଣ୍ଡି ଅନ୍ତର୍ଗତ ନୂଆସୁଙ୍ଗୁଡ଼ା ଗ୍ରାମର ବଟକୃଷ୍ଣ ନାୟକଙ୍କ ପୁଅ କୃପାସିନ୍ଧୁ(୨୩)କୁ ବାଇକ୍‌ ଚୋରି ଅଭିଯୋଗରେ ପୁଲିସ ଗିରଫ କରିଛି। ଅଭିଯୁକ୍ତ ଠାରୁ ୬ଟି ଚ‌ୋରା ବାଇକ୍‌ ଜବତ କରାଯାଇଛି। ପ୍ରକାଶ ଯେ, ବାଇକ୍‌ ନମ୍ବର ଓଆର-୦୫-୫୪୧୮ରେ ମାହାଙ୍ଗା ଥାନା ଅନ୍ତର୍ଗତ ଲଳିତଗିରି ଗ୍ରାମର ଶରତ କୁମାର ସିଂହ ଆଜି ଚଣ୍ଡିଖୋଲ ଆସିଥିଲେ। ଚଣ୍ଡିଖୋଲ ପରିବା ମାର୍କେଟ ନିକଟରୁ ତାଙ୍କ ବାଇକ୍‌ଟି ଚୋରି ହୋଇଯାଇଥିଲା। ଏନେଇ ଶରତ ଚଣ୍ଡିଖୋଲ ଫାଣ୍ଡିରେ ଅଭିଯୋଗ କରିଥିଲେ। ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ଏହାର ତଦନ୍ତ ଆରମ୍ଭ କରିଥିଲେ।

କୌଣସି ସୂତ୍ରରୁ ସୁରାକ ପାଇ ଶ୍ରୀ ଜେନା ଓ ଏଏସଆଇ ଗୋପାଳକୃଷ୍ଣ ଦାସ ସଦଳବଳ ଅଭିଯୁକ୍ତ କୃପାସିନ୍ଧୁର ଘର ଉପରେ ଚଢ଼ଉ କରିଥିଲେ। କୃପାସିନ୍ଧୁର ବାଡ଼ିରେ ଥିବା ଏକ କଦଳୀବଣ ଭିତରୁ ପାଲଗୁଡ଼ା ଅବସ୍ଥାରେ ଆଜି ଚୋରି ଯାଇଥିବା ଶରତ ସିଂହଙ୍କ ବାଇକ୍‌କୁ ଉଦ୍ଧାର କରାଯାଇଥିଲା। ସେଠାରେ ଥିବା ଅନ୍ୟ ୫ ଟି ଚୋରା ବାଇକ୍‌କୁ ମଧ୍ୟ ପୁଲିସ ଜବତ କରିଥିଲା। କୃପାସିନ୍ଧୁକୁ ଗିରଫ କରି ପୁଲିସ ପଚରାଉଚରା କରିଥିଲା। ଚ‌ୋରି କରୁଥିବା ବାଇକ୍‌ଗୁଡ଼ିକୁ ଅଭିଯୁକ୍ତ କୃପାସିନ୍ଧୁ ନିଜ ବାଡ଼ିରେ ରଖି ପରେ ତାକୁ କାଟି କବାଡ଼ିଆ ଦୋକାନରେ ବିକ୍ରି କରିଥାଏ ବୋଲି ମାନି ଯାଇଥିଲା। ଅଭିଯୁକ୍ତ ନାଁରେ ପୂର୍ବରୁ ପାଞ୍ଚଟି ମାମଲା ଥିବା ଫାଣ୍ଡି ଅଧିକାରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ଗୁରୁବାର ତାକୁ କୋର୍ଟଚାଲାଣ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe