ମନ୍ଦିରରୁ ଚୋରି ଘଟଣା: ୬ ରୁପା ମୁକୁଟ ଉଦ୍ଧାର, ଅଭିଯୁକ୍ତ ଗିରଫ

Advertisment
ମନ୍ଦିରରୁ ଚୋରି ଘଟଣା: ୬ ରୁପା ମୁକୁଟ ଉଦ୍ଧାର, ଅଭିଯୁକ୍ତ ଗିରଫ

ଖଡ଼ିଆଳ: ନୂଆପଡା ଜିଲ୍ଲା ଖଡିଆଳସ୍ଥିତ ରାମସ୍ବାମୀ ମନ୍ଦିର ଓ ଅନ୍ନପୂର୍ଣ୍ଣା ମନ୍ଦିରରୁ ଚୋରି ହୋଇଥିବା ରୁପା ମୁକୁଟ ଉଦ୍ଧାର ହୋଇଛି। ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଚୋରି ହୋଇଥିବା ୬ଟି ରୁପା ମୁକୁଟକୁ ପୁଲିସ ଜବତ ଉଦ୍ଧାର କରିଛି। ରୁପା ମୁକୁଟ ଚୋରି ଘଟଣାକୁ ନେଇ ବୁଧବାର ପୁଲିସ ଖଡ଼ିଆଳ ସହରର ଲାଲ ସାହେବପଡ଼ାର କୂରେ ଭୋଇ ନାମକ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଚୋରି ହୋଇଥିବ ୬ ଗୋଟି ରୂପା ମୁକୁଟକୁ ଉଦ୍ଧାର କରିଛି। ଗତ  ଚାରି ତାରିଖ ଦିନ ଅପରାହ୍ନରେ ଏହି ଦୁଇ ମନ୍ଦିରରେ ପୁଜା ପାଉଥିବା ୬ ଗୋଟି ମୂର୍ତ୍ତିରୁ ୬ଟି ରୁପା ମୁକୁଟ ଶହ ଏକ ରୁପାର ବଂଶୀ ଓ ସୁନା ନଥ ଚୋରି ହୋଇଥିଲା । ଏହି ଚୋରି ସାମଗ୍ରୀରୁ ବଂଶୀ ଓ ନଥକୁ ପୁଲିସ ଉଦ୍ଧାର କରିପାରି ନାହିଁ। ଅଭିଯୁକ୍ତ ଜଣକ ପୁର୍ବରୁ ବହୁ ଚୋରି ମାମଲାରେ ସଂପୃକ୍ତ ଥିବା ଖଡିଆଳ ଏସ୍‌ଡିପିଓ ଅଭିଷେକ ସ୍ବରୂପ ବେହେରା ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe