ବାଲେଶ୍ବର: କୃମି ଔଷଧ ଖାଇ ୬ ଜଣ ଛାତ୍ରୀ ଗୁରୁତର ହୋଇ ଚିକିତ୍ସା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି।
ସୂଚନାଯୋଗ୍ୟ, ସୋମବାର ମଧ୍ୟାହ୍ନରେ କେଦାରପୁର ପଞ୍ଚାୟତ ଥାନେଶ୍ୱର ସ୍ଥିତ ବିଦ୍ୟାଳୟରେ ପିଲାମାନଙ୍କୁ କୃମି ଔଷଧ ଦିଆଯାଇଥିଲା।
ଅଧିକ ପଢ଼ନ୍ତୁ: ଆସନ୍ତାକାଲି ଭୁବନେଶ୍ୱରରେ ଜାତୀୟ ମହିଳା କମିସନଙ୍କ ଜନଶୁଣାଣି
କୃମି ଔଷଧ ଖାଇବାର କିଛି ସମୟ ପରେ ୬ଜଣ ଛାତ୍ରୀ ବାନ୍ତି କରିବା ସହିତ ଅସୁସ୍ଥ ଅନୁଭବ କରିଥିଲେ।
ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଛାଡିଲେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି: ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ଶେଷ ମ୍ୟାଚ୍
ପରିବାର ଲୋକେ ସେମାନଙ୍କୁ ଚିକିତ୍ସା କରିବା ପାଇଁ ସୋର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିବା ବେଳେ ସେଠାରେ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି।