ଭୁବନେଶ୍ୱର: ଜାତୀୟ ମହିଳା କମିସନ(ଏନସିଡବ୍ଲୁ) ମଙ୍ଗଳବାର ଭୁବନେଶ୍ୱର ମ୍ୟୁନିସିପାଲ୍ କର୍ପୋରେସନ୍ (ବିଏମସି) କାର୍ଯ୍ୟାଳୟରେ "ମହିଳା ଜନ ସୁନୱାଇ" ନାମକ ଏକ ଜନଶୁଣାଣି କରିବାକୁ ଯାଉଛନ୍ତି।
ଏନସିଡିବ୍ଲୁ ଅଧ୍ୟକ୍ଷା ବିଜୟା କିଶୋର ରାହତକରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପଡ଼ି ରହିଥିବା ଅଭିଯୋଗଗୁଡ଼ିକର ସମାଧାନ କରିବା ଏବଂ ଅଞ୍ଚଳର ମହିଳାମାନଙ୍କଠାରୁ ନୂତନ ଅଭିଯୋଗ ଗ୍ରହଣ କରିବା।
ଶୁଣାଣି ସମୟରେ କଟକ ଏବଂ ଭୁବନେଶ୍ୱରରେ ୨୦୨୨ ରୁ ୨୦୨୪ ପର୍ଯ୍ୟନ୍ତ ପଡ଼ି ରହିଥିବା ମାମଲାଗୁଡ଼ିକର ସମୀକ୍ଷା କରାଯିବ।
ଏନେଇ ଏନସିଡବ୍ଲୁ ପକ୍ଷରୁ ଜନସାଧାରଣଙ୍କୁ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିବାକୁ ଅନୁରୋଧ କରାଯାଇଛି। ଏହି କାର୍ଯ୍ୟକ୍ରମ ପାଇଁ ଆବଶ୍ୟକୀୟ ସମର୍ଥନ ଯୋଗାଇବାକୁ ଓଡ଼ିଶା ପୁଲିସକୁ ଏନସିଡବ୍ଲୁ ଅନୁରୋଧ କରିଛି।
कल ओडिशा में एक महिला जन सुनवाई आयोजित की जाएगी, जिसकी अध्यक्षता राष्ट्रीय महिला आयोग (NCW) की माननीय अध्यक्ष करेंगी। इस जन सुनवाई के दौरान क्षेत्र में लंबित शिकायतों की समीक्षा की जाएगी और साथ ही महिलाओं से नई शिकायतें भी प्राप्त की जाएंगी।@VijayaRahatkarpic.twitter.com/HWiEw7GYM7
— NCW (@NCWIndia) February 10, 2025
ଅଧିକ ପଢ଼ନ୍ତୁ: ଭୁବନେଶ୍ୱର ଛାଡିଲେ ଟିମ୍ ଇଣ୍ଡିଆ ଏବଂ ଇଂଲଣ୍ଡ ଖେଳାଳି: ଫେବ୍ରୁଆରି ୧୨ରେ ଅହମ୍ମଦାବାଦରେ ଶେଷ ମ୍ୟାଚ୍
ଜନଶୁଣାଣିକୁ ସୁଗମ କରିବା ପାଇଁ ଜିଲ୍ଲା କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଜାରି କରିବାକୁ କମିସନ ଓଡ଼ିଶା ଡିଜିପିଙ୍କୁ ଅନୁରୋଧ କରିଛନ୍ତି।
ଅଧିକ ପଢ଼ନ୍ତୁ: ସଂସଦର ଅଧିବେଶନରେ ଯୋଗ ଦେଇପାରିବେ ସାଂସଦ ଇଂଜିନିୟର ରସିଦ, କୋର୍ଟ ଦେଲେ ଅନୁମତି
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/02/10/qwg8LV0AXGDRr6mzDtnY.jpeg)