ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ଅଣନିଶ୍ବାସୀ ହୋଇ ୬ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Advertisment
ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ଼: ଅଣନିଶ୍ବାସୀ ହୋଇ ୬ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଶ୍ରୀମନ୍ଦିର ପରିସରରେ ସୋମବାର ଅସମ୍ଭାଳ ଭିଡ଼ରୁ ଦଳଚକଟା ଭଳି ସ୍ଥିତି ସୃଷ୍ଟି ହୋଇଛି। ଅଣନିଶ୍ବାସୀ ହୋଇପଡ଼ି ୬ ଜଣ ସ୍କୁଲଛାତ୍ରୀ ଅସୁସ୍ଥ ହୋଇଛନ୍ତି। ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଛାତ୍ରଛାତ୍ରୀ ମୟୂରଭଂଜ ଜିଲ୍ଲାର ରାସଗୋବିନ୍ଦପୁର ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟର ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିଥିଲେ। ଶ୍ରଦ୍ଧାଳୁମାନେ ସିଂହଦ୍ବାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରୁଥିବା ବେଳେ ବାଇଶପାହଚରେ ଅସମ୍ଭାଳ ଭିଡ଼ ଆରମ୍ଭ ହୋଇଯାଇଥିଲା। ଅତ୍ୟଧିକ ଭିଡ ଭିତରେ ବାହାରକାଠରେ ଦର୍ଶନ ସମୟରେ ମୟୂରଭଂଜ ଜିଲ୍ଲାରୁ ଆସିଥିବା ୬ ଛାତ୍ରୀ ଫସିଯାଇଥିଲେ। କୁହାଯାଉଛି ଯେ, ଛାତ୍ରୀମାନେ ଅଣନିଃଶ୍ବାସୀ ହୋଇଯାଇଥିଲେ। ଏହାପରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ପୁଲିସ ପକ୍ଷରୁ ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ଶେଷ ରିପୋର୍ଟ ଲେଖାଯିବା ବେଳକୁ ପିଲମାନଙ୍କର ଚିକିତ୍ସା ଆରମ୍ଭ ହୋଇଯାଇଛି। ସମସ୍ତଙ୍କର ସ୍ଥିତି ଭଲ ରହିଛି।

ସୂଚନାଯୋଗ୍ୟ, ରାସଗୋବିନ୍ଦପୁର ହୃଦାନନ୍ଦ ସରକାରୀ ଉଚ୍ଚବିଦ୍ୟାଳୟରୁ କିଛି ଛାତ୍ରଛାତ୍ରୀ ସେମାନଙ୍କର ଶିକ୍ଷକମାନଙ୍କ ସହିତ ଗତ ୨୪ ତାରିଖରେ ପୁରୀ ବୁଲିବାକୁ ଆସିଥିଲେ। ଆଜି ରାତି ପ୍ରାୟ ୯ଟା ବେଳକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଇଥିବା ‌ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe