ତିନି ଦିନ ପାଇଁ ୬ ଟ୍ରେନ୍‌ ବାତିଲ୍‌

Advertisment
ଭୁବନେଶ୍ୱର-ଚେନ୍ନାଇ ସୁପରଫାଷ୍ଟ ଏକ୍ସପ୍ରେସ ଧକ୍କାରେ ଯୁବକ ମୃତ

ଭୁବନେଶ୍ବର: ବାହାନଗା ଟ୍ରେନ୍‌ ଦୁର୍ଘଟଣା ପାଇଁ ହାଓଡ଼ା-ଚେନ୍ନାଇ ମୁଖ୍ୟ ରେଳପଥର ଭଦ୍ରକ-ଖଡ଼ଗପୁର ରେଳପଥ ପ୍ରଭାବିତ ହୋଇଛି। ଏଥିପାଇଁ ପୂର୍ବତଟ ରେଳପଥ ୪, ୫ ଓ ୬ ତାରିଖରେ ୬ଟି ଟ୍ରେନ୍‌କୁ ବାତିଲ କରିଛି। ଆଜି(୪ ତାରିଖ) ପାଇଁ କୋଲକାତା-ପୁରୀ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ ହୋଇଛି। ଆସନ୍ତାକାଲି ବେଙ୍ଗାଲୁରୁ-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍‌ ସମେତ ବେଙ୍ଗାଲୁରୁ-ହାଓଡ଼ା ଏସ୍‌ଏଫ୍‌, ପୁରୀ-କୋଲକାତା ସ୍ବତନ୍ତ୍ର ଟ୍ରେନ୍‌, ଚେନ୍ନାଇ-ହାଓଡ଼ା ମେଲ୍‌, ଏର୍ନାକୁଲମ୍‌-ହାଓଡ଼ା ଅନ୍ତୋଦୟ ଏକ୍ସପ୍ରେସ୍‌, ପୁରୀ-ଜଳେଶ୍ବର ସ୍ବତନ୍ତ୍ର ଟ୍ରେନ୍‌, ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସ୍‌ପ୍ରେସ୍‌ ବାତିଲ କରାଯାଇଛି। ସେହିଭଳି ୬ ତାରିଖ ବା ମଙ୍ଗଳବାର ପାଇଁ ବେଙ୍ଗାଲୁରୁ-ହାଓଡ଼ା ଦୂରନ୍ତ ଏକ୍ସପ୍ରେସ୍‌ ବାତିଲ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe