ପୁରୁଣାକଟକ: ଟ୍ରାନ୍ସଫର୍ମର ପୋଡ଼ି ଯାଇଥିବାରୁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ରାମଗଡ଼ ପଞ୍ଚାୟତ କୋଇଲିସୂତା ଗ୍ରାମରେ ୬୦ ଏକର ଧାନ ଚାଷ ଏବେ ଉଜୁଡ଼ିବାକୁ ବସିଲାଣି। ସୂଚନାନୁସାରେ ଚଳିତବର୍ଷ ଖରିଫ ଋତୁରେ ଗ୍ରାମରେ ଥିବା ମା’ ପୀତାବଳି ପାଣି ପଞ୍ଚାୟତର ଆନିକଟରେ ଲାଗିଥିବା ଲିଫ୍ଟ ଦ୍ବାରା ୩୫ ଜଣ ଚାଷୀଙ୍କ ୬୦ ଏକର ଧାନ କରାଯାଇଛି। ମାତ୍ର ଲିଫ୍ଟରେ ଲାଗିଥିବା ୬୩ କେଭି ଟ୍ରାନ୍ସଫର୍ମରଟି ୧୦ ଦିନ ହେଲା ପୋଡ଼ି ଯାଇଥିବାରୁ ଏବେ ଲିଫ୍ଟ ପଏଣ୍ଟ ଅଚଳ ଅବସ୍ଥାରେ ପଡ଼ିଛି।
ପୁରୁଣାକଟକ ବିଦ୍ୟୁତ ବିଭାଗକୁ ଅନୁରୋଧ କରିବା ପରେ ବିଭାଗୀୟ କର୍ମଚାରୀ ଆସି ସଜାଡ଼ିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଓ ନୂଆ ଟ୍ରାନ୍ସଫର୍ମର ଲଗାଇବାକୁ କହିଥିଲେ। ଯଦି ଆଉ ୨/୩ ଦିନ ଭିତରେ ଜମିରେ ପାଣି ମଡ଼ାନଗଲେ ଧାନ ଚାଷ ଉଜୁଡ଼ିଯିବ ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ବୌଦ୍ଧ ବିଦ୍ୟୁତ ବିଭାଗ ଅଧିକାରୀ ଏହି ସମସ୍ୟାର ସମାଧାନ ଶୀଘ୍ର କରିବା ପାଇଁ ବିଜୟ ବେହେରା, ରାଜୀବ ବେହେରା, ସୁଶାନ୍ତ ବେହେରା, ନନ୍ଦ ସେଠୀ, ସନ୍ତୋଷ ଗିରି, ମକୁନ୍ଦ ପାତ୍ର ପ୍ରମୁଖ ଅନୁରୋଧ କରିଛନ୍ତି।
Follow Us