ଶିଶୁକନ୍ୟା ପେଟରେ ୬୦ ଚେଙ୍କ

ବ୍ୟାପକ ସଚେତନତା ସତ୍ତ୍ବେ କୌଣସି ପ୍ରଭାବ ପଡ଼ିଲା ନାହିଁ। ନବରଙ୍ଗପୁର ଜିଲ୍ଲାରେ ଜାରି ରହିଛି ମାରାତ୍ମକ ଚେଙ୍କ ଚିକିତ୍ସା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି।

fhfhhfbvvb

ନବରଙ୍ଗପୁର/ରାଇଘର: ବ୍ୟାପକ ସଚେତନତା ସତ୍ତ୍ବେ କୌଣସି ପ୍ରଭାବ ପଡ଼ିଲା ନାହିଁ। ନବରଙ୍ଗପୁର ଜିଲ୍ଲାରେ ଜାରି ରହିଛି ମାରାତ୍ମକ ଚେଙ୍କ ଚିକିତ୍ସା। ଗତ ୨୪ଘଣ୍ଟା ମଧ୍ୟରେ ଜିଲ୍ଲାରେ ଦୁଇଟି ଘଟଣା ସାମ୍ନାକୁ ଆସିଲାଣି। ଗତକାଲି ଚନ୍ଦାହାଣ୍ଡି ବ୍ଲକର ଜଣେ ମାସକର ଶିଶୁ ଚେଙ୍କ ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ଉମରକୋଟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା। ସେହି ଭଳି ଆଜି ରାଇଘର ବ୍ଲକ ନାକଟିସିମିଡ଼ା ଗାଁର ରାମୁଲ ଗଣ୍ଡଙ୍କ ୬ବର୍ଷର ଝିଅ କମଳେଶ୍ବରୀ ଗଣ୍ଡ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛି।

ବହୁଦିନ ଧରି କମଳେଶ୍ବରୀ ଥଣ୍ଡା ଜ୍ବରରେ ଆକ୍ରାନ୍ତ ହେବା ସହ କାଶ ବନ୍ଦ ହେଉନଥିଲା। ସେହିପରି ପେଟ ବ୍ୟଥା ମଧ୍ୟ ଲାଗି ରହିଥିଲା। ତେଣୁ ପରିବାର ଲୋକ ପ୍ରଥମେ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ। ପରେ ଛତିଶଗଡ଼ର କୋଣ୍ଡାଗାଁସ୍ଥିତ ଡାକ୍ତରଖାନାରେ ଦେଖାଇଥିଲେ। ତଥାପି ସ୍ବାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିଲା। ଏମିତି ସ୍ଥିତିରେ ୧୫ଦିନ ତଳେ ଶିଶୁକନ୍ୟାର ପେଟ ଏବଂ ଛାତିରେ ଚେଙ୍କ ଦିଆଯାଇଥିଲା। ପ୍ରାୟ ୬୦ଥର ଚେଙ୍କ ଦିଆଯାଇଥିବା ଦେଖିବାକୁ ମିଳିଛି। ତେବେ ଚେଙ୍କ ଚିକିତ୍ସା ନେଇ ପରିବାର ଲୋକ ଆଦୌ ମୁହଁ ଖୋଲୁନାହାନ୍ତି। ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭିର୍ତ୍ତି କରାଯାଇଛି।

ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରୁ କହିଛନ୍ତି, ଦୁଇଟି ମାମଲା ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିଛି। ଉଭୟ ମାମଲା ଛତିଶଗଡ଼ ସୀମାନ୍ତ ଚନ୍ଦାହାଣ୍ଡି ଏବଂ ରାଇଘର ବ୍ଲକର। ଆଜି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଶିଶୁକନ୍ୟାର ଚିକିତ୍ସା ବିଭିନ୍ନ ଡାକ୍ତରଖାନାରେ ପରିବାର ଲୋକ କରାଇଛନ୍ତି। ତଥାପି ସୁସ୍ଥ ନ ହେବାରୁ ଚେଙ୍କ ଚିକିତ୍ସାର ଆଶ୍ରୟ ନେଇଥିଲେ। ଶିଶୁକନ୍ୟାର ଅବସ୍ଥା ସଂକଟାପନ୍ନ ରହିଥିଲା ବେଳେ ଚିକିତ୍ସା ଜାରି ରହିଛି। ସଚେତନତା ଅଭାବରୁ ଲୋକ ଏଭଳି କରୁଛନ୍ତି। ଆଗକୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe