ମୟୁରଭଞ୍ଜ: ହଷ୍ଟେଲ ଛାଡ଼ିଲେ ୬୦ଜଣ ଛାତ୍ରୀ

Advertisment
ମୟୁରଭଞ୍ଜ: ହଷ୍ଟେଲ ଛାଡ଼ିଲେ ୬୦ଜଣ ଛାତ୍ରୀ

ବାରିପଦା: ପ୍ରଧାନଶିକ୍ଷକ,ମାଟ୍ରନ୍‌ଙ୍କ ବ୍ୟବହାରରେ ଅତିଷ୍ଠ ହୋଇଥିବା ୬୦ଜଣ ଛାତ୍ରୀ ହଷ୍ଟେଲ ଛାଡ଼ିଛନ୍ତି। ରୁଟିନ ଅନୁସାରେ ଖାଦ୍ୟ ପରଶା ନଯିବା, ହଷ୍ଟେଲରେ ପାଣିର ଅସୁବିଧା ଓ ବିଜୁଳି ବ୍ୟବସ୍ଥା ଠିକ୍‌ ନ ରହିବା ଯୋଗୁଁ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରୀମାନେ ଉପାୟ ଶୂନ୍ୟ ହୋଇ ହଷ୍ଟେଲ ଛାଡ଼ିଛନ୍ତି।

ପୂରା ଦେଶରେ ଦୀପାବଳି ପାଇଁ ଉତ୍ସବ ମୁଖର ଥିବା ବେଳେ, ଗୁରୁବାର ମୟୁରଭଞ୍ଜ ଜିଲ୍ଲା କୁଳିଅଣା ବ୍ଲକ ନାଗ୍ରାଶେଳ ଆଦିବାସୀ ବାଳିକା ହାଇସ୍କୁଲର ୬୦ରୁ ଅଧିକ ଛାତ୍ରୀମାନେ ହଷ୍ଟେଲ ଛାଡ଼ି ଅନ୍ୟତ୍ର ପଳାଇଛନ୍ତି। ପିଲାମାନେ ହଷ୍ଟେଲରୁ ୮କିଲୋମିଟର ପର୍ଯ୍ୟନ୍ତ ପଳାଇ ଯାଇଥିଲେ। କିନ୍ତୁ ବିଶେଷ ସୂଚନା ପାଇ ଗାଁ ଲୋକେ ଓ ସରପଞ୍ଚ ପିଲାଙ୍କୁ ବୁଝାଶୁଝା କରିଥିଲେ। ଅଷ୍ଟମ, ନବମ ଓ ଦଶମ ଶ୍ରେଣୀର ପିଲାମାନେ ୨୫ କିଲୋମିଟର ଦୂର ବାରିପଦା ଯାଇ ଜିଲ୍ଲାପାଳଙ୍କୁ ଭେଟିବାକୁ ଯୋଜନା ପ୍ରସ୍ତୁତ କରିଥିଲେ।

ସୂଚନାଯୋଗ୍ୟ, ହଷ୍ଟେଲ ଛାଡି ଅନ୍ୟତ୍ର ପଳାଇବା ନୂଆ ଘଟଣା ନୁହେଁ। କାରଣ ପୂର୍ବରୁ ମଧ୍ୟ ପିଲାମାନେ ହଷ୍ଟେଲ ଛାଡ଼ି ପଳାଇଥିବା ରେକର୍ଡ ଅଛି। ଜତ ଜାନୁଆରି ୨୨ରେ ପାକଟିଆ ସରକାରୀ ବାଳିକା ହାଇସ୍କୁଲର ଶତାଧିକ ଛାତ୍ରୀ ମଧ୍ୟ ରାତିରେ ୨୫ କିଲୋମିଟର ଚାଲିଚାଲି ଜିଲ୍ଳାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଥିଲେ। ସେମାନେ ହଷ୍ଟେଲ ପରିଚାଳିକାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ସମାଧାନ ପାଇଁ ପ୍ରତିଶ୍ରୁତି ନ ମିଳିବାରୁ ସେମାନେ ହଷ୍ଟେଲ ଫେରିବାକୁ ମନା କରିଦେଇଥିଲେ। ପରେ ରାତି ୨ଟାରେ ଜିଲ୍ଲାପାଳ ଛାତ୍ରୀଙ୍କ ସମସ୍ୟା ଶୁଣିବା ସହ ଶୀଘ୍ର ସମାଧାନ ଲାଗି ପ୍ରତିଶ୍ରୁତି ଦେବା ପରେ ପିଲାମାନେ ଫେରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe