ମହାକାଳପଡ଼ାରେ ଅଗ୍ନିକାଣ୍ତ: ୬୦ ବଖରା ଭସ୍ମୀଭୂତ

ମହାକାଳପଡ଼ାରେ ଅଗ୍ନିକାଣ୍ତ: ୬୦ ବଖରା ଭସ୍ମୀଭୂତ

ମହାକାଳପଡ଼ା/କେନ୍ଦ୍ରାପଡା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଜାଲକଣା ଗ୍ରାମରେ ଆଜି ଭୟାବହ ଅଗ୍ନିକାଣ୍ତ ଘଟିଛି। ଏଥିରେ ୩୪ଟି ପରିବାରର ୬୦ ବଖରା ଭସ୍ମୀଭୂତ ହୋଇଯାଇଛି। ଏଥିରେ ଦୁଇଜଣ ବାଳକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁଇଟି ବାଛୁରୀ ଜୀବନ୍ତ ଦଗ୍‌ଧ ହୋଇଥିବା ବେଳେ ୩ଟି ବାଇକ୍, ଗୋଟିଏ ପାୱାରଟିଲର, ୩ଟି ବାଇକ୍‌, ୧୨ଟି ସାଇକଲ ପୋଡ଼ି ପାଉଁଶ ହୋଇଯାଇଛି। ଲକ୍ଷାଧିକ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ପୋଡ଼ି ନଷ୍ଟ ହୋଇଯାଇଛି।

ପୂର୍ବାହ୍ନ ପ୍ରାୟ ସାଢେ ଗୋଟାଏ ବେଳେ ଗାଁର ଅଜୟ ପ୍ରଧାନଙ୍କ ବାଡ଼ି ପଟେ ଥିବା ନଡ଼ାଗଦାରେ ନିଆଁ ଲାଗି ଯାଇଥିଲା। ଏହି ସମୟରେ ଜୋରରେ ପବନ ବହୁଥିବାରୁ ନିଆଁ ଉଗ୍ରରୂପ ନେଇ ଆଖପାଖ ପଡ଼ୋଶୀଙ୍କ ଘରକୁ ବ୍ୟାପୀ ଯାଇଥିଲା। ଚାହୁଁଚାହୁଁ ୩୪ଟି ପରିବାରର ୬୦ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଥିଲା। ମହାକାଳପଡ଼ା, ମାର୍ଶାଘାଇ ଓ କେନ୍ଦ୍ରାପଡ଼ାରୁ ୪ଟି ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ହୋଇଥିଲେ। ନିଆଁ ଲିଭାଇବାକୁ ପ୍ରାୟ ୫ ଘଣ୍ଟା ଲାଗିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe