ତୀର୍ଥଯାତ୍ରୀଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍‌

Advertisment
ତୀର୍ଥଯାତ୍ରୀଙ୍କଠାରୁ ୬୦ ହଜାର ଟଙ୍କା ଲୁଟ୍‌

Dignited

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ବୈତରଣୀ ନଦୀ ଘାଟରେ ଆଜି ପବିତ୍ର ମହାଳୟା ଅବସରରେ ସ୍ନାନ କରୁଥିବା ସମୟରେ ଛତିଶଗଡ଼ ବସ୍ତର ଜିଲ୍ଲାରୁ ଆସିଥିବା ତୀର୍ଥଯାତ୍ରୀ ଲୁଟ୍‌ର ଶିକାର ହୋଇଛନ୍ତି। ଦୁର୍ବୃତ୍ତମାନେ ତୀର୍ଥଯାତ୍ରୀଙ୍କ ଦୁଇଟି ମୋବାଇଲ ଏବଂ ୬୦ ହଜାର ଟଙ୍କା ଲୁଟି ନେଇଛନ୍ତି।

ଛତିଶଗଡ଼ର ବସ୍ତର ଜିଲ୍ଲାରୁ ତିନିଟି ବସ୍‌ରେ ବହୁ ତୀର୍ଥଯାତ୍ରୀ ଆହ୍ଲାବାଦ, କାଶୀ, ବନାରସ, ଗୟା ବୁଲିବା ପରେ ପୁରୀ ଯାଉଥିଲେ। ରାସ୍ତାରେ ବୈତରଣୀ ନଦୀରେ ସ୍ନାନ କରିବାକୁ ଅଟକିଥିଲେ। ତୀର୍ଥଯାତ୍ରୀମାନେ ସ୍ନାନ କରୁଥିବା ସମୟରେ ସେମାନଙ୍କର ଦୁଇଟି ମୋବାଇଲ ଏବଂ ୬୦ ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିଲେ। ଏନେଇ ପାଟଣା ଥାନାରେ ଅଭିଯୋଗ ହୋଇଛି। ଲୁଟ୍‌ର ଶିକାର ହୋଇଥିବା ତୀର୍ଥଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିବା ସହ ଆଉ ଓଡ଼ିଶା ଆସିବେ ନାହିଁ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe