ଗତ ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୧୯ ଜଣ ପଜିଟିଭ ଚିହ୍ନଟ

Advertisment
୨୦ ଜଣକ ଜୀବନ ନେଲାଣି ବ୍ଲାକ୍‌ଫଙ୍ଗସ୍‌

Image Courtesy of Fierce Pharma

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬ ହଜାର ୧୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୩୩୯୭ ଜଣ ପଜିଟିଭ ଓ ସ୍ଥାନୀୟ ସଂକ୍ରମଣରୁ ୨୬୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩୩୫ ଜଣ, ବାଲେଶ୍ୱରରୁ ୨୮୬ ଜଣ, ବରଗଡ଼ରୁ ୧୨୨ ଜଣ, ଭଦ୍ରକରୁ ୨୬୨ ଜଣ, ବଲାଙ୍ଗୀରରୁ ୬୬ ଜଣ, ମୟୁରଭଞ୍ଜରୁ ୩୩୩ ଜଣ, ନବରଙ୍ଗପୁରରୁ ୧୫୧ ଜଣ, ନୟାଗଡରୁ ୧୯୧ ଜଣ, ନୂଆପଡ଼ାରୁ ୨୩ ଜଣ, ପୁରୀରୁ ୩୨୪ ଜଣ, ରାୟଗଡାରୁ ୧୦୮ ଜଣ, ସମ୍ବଲପୁରରୁ ୧୩୧ ଜଣ, ସୋନପୁରରୁ ୬୫ ଜଣ, ସୁନ୍ଦରଗଡରୁ ୨୮୩ ଜଣ, ଷ୍ଟେଟ ପୁଲରୁ ୧୫୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି |


ସେହିପରି ବୌଦ୍ଧରୁ ୭୯, କଟକରୁ ୫୩୧, ଦେବଗଡରୁ ୨୪, ଢେଙ୍କାନାଳରୁ ୨୯୧, ଗଜପତିରୁ ୩୪, ଗଞ୍ଜାମରୁ ୭୩, ଜଗତସିଂହପୁରରୁ ୧୯୬, ଯାଜପୁରରୁ ୪୦୬, ଝାରସୁଗୁଡାରୁ ୪୧, କଳାହାଣ୍ଡିରୁ ୭୦, କନ୍ଧମାଳରୁ ୭୬, କେନ୍ଦ୍ରାପଡାରୁ ୨୧୮, କେଉଁଝରରୁ ୧୨୦, ଖୋର୍ଦ୍ଧାରୁ ୭୯୬, କୋରାପୁଟରୁ ୧୪୨, ମାଲକାନଗିରିରୁ ୮୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି | ସେହିପରି ୮୮୩୬ ଜଣ ସୁସ୍ଥ ହୋଇଥିବାବେଳେ ରାଜ୍ୟରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୩୧୧୧୯ରେ ପହଂଚିଥିବାବେଳେ ୭୫୬୬୪୧ ଜଣ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ୭୨୩୧୨ଟି ସକ୍ରିୟ ମାମଲା ରହିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe