ଉପନିର୍ବାଚନ : ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ୱରରେ ୬୮.୧୯ ପ୍ରତିଶତ ଓ ତିର୍ତ୍ତୋଲରେ ୬୭.୯୭ ପ୍ରତିଶତ ମତଦାନ

Advertisment
ଉପନିର୍ବାଚନ : ସନ୍ଧ୍ୟା ୫ଟା ସୁଦ୍ଧା ବାଲେଶ୍ୱରରେ ୬୮.୧୯ ପ୍ରତିଶତ ଓ ତିର୍ତ୍ତୋଲରେ ୬୭.୯୭ ପ୍ରତିଶତ ମତଦାନ

ବାଲେଶ୍ୱର/ତିର୍ତ୍ତୋଲ/ଭୁବନେଶ୍ୱର: ବାଲେଶ୍ୱର ଓ ତିର୍ତ୍ତୋଲରେ ଉପନିର୍ବାଚନ ଲାଗି ଆଜି ସକାଳ ୭ଟାରୁ ଜାରି ରହିଛି ମତଦାନ। କ୍ରମଶଃ ମତଦାନ ହାର ବୃଦ୍ଧି ପାଉଥିବା ପରିଲକ୍ଷିତ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ସନ୍ଧ୍ୟା ୫ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୬୮.୦୮ ପ୍ରତିଶତ ମତଦାନ‌ ହୋଇଛି। ଏହି ସମୟ ସୁଦ୍ଧା ବାଲେଶ୍ୱର ସଦରରେ ମତଦାନ ହାର ୬୮.୧୯ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୬୭.୯୭ ପ୍ରତିଶତ ରହିଛି। ଉଲ୍ଲେଖନୀୟ ହେଲା ବାଲେଶ୍ୱର ଓ ତିର୍ତ୍ତୋଲରେ ମତଦାନ ହାର ଗତ ୨ ଘଣ୍ଟା ମଧ୍ୟରେ ଆଖିଦୃଶିଆ ଭାବେ ବୃଦ୍ଧିପାଇଛି । ମତଦାନ ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ।

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଜାରି ସୂଚନା ଅନୁସାରେ ଅପରାହ୍ଣ ୩ଟା ସୁଦ୍ଧା ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ମୋଟ୍ ୫୫.୦୪ ପ୍ରତିଶତ ମତଦାନ ହୋଇଥିଲା । ଏହି ସମୟ ସୁଦ୍ଧା ବାଲେଶ୍ବର ସଦରରେ ମତଦାନ ହାର ୫୪.୮୫ ପ୍ରତିଶତ ରହିଥିବା ବେଳେ ତିର୍ତ୍ତୋଲରେ ଏହା ୫୫.୨୩ ପ୍ରତିଶତ ଥିଲା। ସେହିପରି ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୪୦.୫୧% ମତଦାନ ହୋଇଥିଲା। ଏଥିମଧ୍ୟରୁ ବାଲେଶ୍ୱରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଥିଲା।

ଆଜି ଦିନ ୩ଟା ସୁଦ୍ଧା ତିର୍ତ୍ତୋଲରେ ୫୫.୨୩ ପ୍ରତିଶତ ମତଦାନ ହୋଇଥିଲା। ବିରିଡି ବ୍ଲକରେ ୩୬ ହଜାର ୩୨ ଜଣ ଅର୍ଥାତ ୫୩.୯୬ ପ୍ରତିଶତ, ରଘୁନାଥପୁର ବ୍ଳକରେ ୩୮ ହଜାର ୯୫୨ ଜଣ ଅର୍ଥାତ ୫୬.୯୯ ପ୍ରତିଶତ ଓ ତିର୍ତ୍ତୋଲ ବ୍ଲକରେ ୫୬ ହଜାର ୭୪ ଜଣ ଅର୍ଥାତ ୫୪.୮୯ ପ୍ରତିଶତ ଜନତା ଭୋଟ ଦେଇଥିଲେ।

ସୂଚନାଯୋଗ୍ୟ, ପୂର୍ବାହ୍ନ ୧୧ଟା ସୁଦ୍ଧା ବାଲେଶ୍ୱର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍‌ ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା। କେବଳ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe