କୋରାପୁଟ: ହଠାତ୍ ଉଭେଇ ଗଲା ଭୋଟର ତାଲିକାରୁ ନାଁ। ଜଣେ ନୁହେଁ କି ଦୁଇ ଜଣ ନୁହେଁ। ପ୍ରାୟ ୬୦ରୁ ଅଧିକ ଭୋଟରଙ୍କର ତାଲିକାରୁ ନାଁ ଉଭେଇଯାଇଛି। ପୌରାଞ୍ଚଳ ନିର୍ବାଚନରେ ଲଢ଼େଇ ପାଇଁ ଆଶା ରଖିଥିବା ଜଣେ ଆଶାୟୀ ପ୍ରାର୍ଥୀ ମଧ୍ୟ ଏଥିରେ ଅଛନ୍ତି।କୋରାପୁଟ ଜିଲ୍ଲା କୋଟପାଡ ପୌରାଞ୍ଚଳରୁ ପୌରାଧ୍ୟକ୍ଷ ଭାବେ ଲଢିବାକୁ ଥିବା ପ୍ରାର୍ଥୀ ପଙ୍କୋଜ ପାତ୍ର ନାମାଙ୍କନ ପତ୍ର ଦାଖଲ କରି ପାରି ନାହାନ୍ତି। ଖାଲି ସେତିକି ନୁହେଁ ତାଙ୍କର ପରିବାର ୬ଜଣଙ୍କ ସହ ୬୦ରୁ ଅଧିକ ଭୋଟରଙ୍କର ନାମ ୮ ନମ୍ବର ୱାର୍ଡ ୯ ନମ୍ବରରୁ ବୁଥରୁ ଉଭେଇ ଯାଇଥିବା ଜଣାପଡିଛି।
ତେବେ ପୌରପରିଷଦ ପକ୍ଷରୁ ନିକଟରେ ରହିଥିବା ପ୍ରାଥମିକ ଭୋଟର ତାଲିକାରେ ନାମ ରହିଥିବାବେଳେ ଶେଷ ତାଲିକାରେ ଭୋଟର ତାଲିକାରେ ନାମ ନ ଥିବା ଜଣାପଡିଥିଲା। ଏହାକୁ ନେଇ ବୁଥ ଓ ଜୟପୁର ଉପଜିଲ୍ଲାପାଳଙ୍କୁ ଅଭିଯୋଗ ଦେଇଥିଲେ। ଏହାପରେ ଅଭିଯୋଗ ପାଇବାପରେ ପୁଣିଥରେ ନୂଆ ତାଲିକା ପ୍ରକାଶ କରିଥିଲେ ମଧ୍ୟ ଏହାକୁ ଗ୍ରହଣ କରାଯାଇ ନ ଥିଲା। ଫଳରେ ସେ କୋରାପୁଟ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତରଙ୍କ ଅବାସିକ କାର୍ଯ୍ୟଳୟକୁ ଆସି ଦାବିପତ୍ର ଦେଇ ଫେରିଥିବା ଜଣାପଡିଛି। ଯଦି ତାଙ୍କ ସହ ଅନ୍ୟ ଭୋଟରଙ୍କୁ ମତଦାନ କରିବାକୁ ସୁଯୋଗ ନ ଦିଆଯାଏ ତେବେ ଆଇନର ଆଶ୍ରୟ ନେବେ ବୋଲି କହିଛନ୍ତି।
Follow Us