ରାଜ୍ୟର ୬୨୭୮ ଗାଁରେ ନାହିଁ ମୋବାଇଲ ସେବା

Advertisment
୪୩୭୫ ଗାଁ ଏବେ ବି ଅପହଞ୍ଚ: ମାର୍ଚ୍ଚ ସୁଦ୍ଧା ସବୁ ଗାଁରେ ମୋବାଇଲ୍ ସେବା ଯୋଗାଇପାରିଲେନି

Business - Insider

ଭୁବନେଶ୍ବର: ରାଜ୍ୟର ୬୨୭୮ଟି ଗାଁରେ ମୋବାଇଲ ସେବା ନାହିଁ। ମୋବାଇଲ ଟାୱାର ସ୍ଥାପନ କେନ୍ଦ୍ର ସରକାରଙ୍କ କ୍ଷମତା ପରିସରଭୁକ୍ତ ବୋଲି ବିଧାୟକ ଗଣେଶ ରାମ ସିଂ ଖୁଣ୍ଟିଆଙ୍କ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ଇଲେକଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଶ୍ରୀ ବେହେରା କହିଛନ୍ତି ମୋ‌ବାଇଲ ସେବା ସଂଯୋଗରୁ ବଞ୍ଚିତ ବିଭିନ୍ନ ଗାଁରେ ମୋବାଇଲ ସେବା ଉପଲବ୍ଧ କରାଇବା ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ସ୍ବତନ୍ତ୍ର ପ୍ୟାକେଜ୍ ଜରିଆରେ ଆର୍ଥିକ ସହାୟତା ତଥା ପାଣ୍ଠି ମଞ୍ଚୁର ପାଇଁ ଅନୁରୋଧ କରି ଆସୁଛନ୍ତି। ଏହି ଅନୁରୋଧ କ୍ରମରେ କେନ୍ଦ୍ର ସରକାର ୟୁଏସ୍‌ଓଏଫ୍‌ ପାଣ୍ଠିରୁ ୪୮୩ଟି ନୂଆ ଟେଲିକମ୍ ଟାୱାର ଏଲଡବ୍ଲୁଇ ଅଞ୍ଚଳରେ ମଞ୍ଜୁର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe