ରାଜ୍ୟରେ ସନ୍ଧ୍ୟା ୬ଟା ସୁଦ୍ଧା ୬୩.୮୫% ମତଦାନ; ବଢ଼ିପାରେ ଭୋଟ୍‌ ପ୍ରତିଶତ

ରାଜ୍ୟରେ ସନ୍ଧ୍ୟା ୬ଟା ସୁଦ୍ଧା ୬୩.୮୫% ମତଦାନ; ବଢ଼ିପାରେ ଭୋଟ୍‌ ପ୍ରତିଶତ

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, କୋରାପୁଟ, ନବରଂଗପୁର ଓ ବ୍ରହ୍ମପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଓ ଏହାର ଅଧୀନସ୍ଥ ୨୮ଟି ବିଧାନସଭା କ୍ଷେତ୍ରରେ ସୋମବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଅଧିକାଂଶ ସ୍ଥାନରେ ମତଦାନ ଶେଷ ହୋଇଥିବା ବେଳେ ଅନେକ ସ୍ଥାନରେ ମତଦାଦା ଧାଡ଼ିରେ ଛିଡ଼ା ହୋଇଛନ୍ତି। ତେଣୁ ମତଦାନ ପ୍ରତିଶତ ବଢ଼ିପାରେ। ସନ୍ଧ୍ୟା ୫ଟା ସୁଦ୍ଧା ୬୩.୮୫ ପ୍ରତିଶତ ‌ମତଦାନ ହୋଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ କାର୍ଯ୍ୟାଳୟର ସୂତ୍ରରୁ ଏହି ସୂଚନା ମିଳିଛି। ‌

ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନବରଂଗପୁର ଲୋକସଭା ଆସନରେ ସନ୍ଧ୍ୟା ୫ଟା ସୁଦ୍ଧା ନବରଂଗପୁରରେ ୬୮.୮୪ ପ୍ରତିଶତ, କଳାହାଣ୍ଡିରେ ୬୭.୩୭ ୯%, କେରାପୁଟରେ ୬୧.୨୨% ମତଦାନ ହୋଇଥିଲା। ସେହିପରି ନୂଆପଡ଼ାରେ ୬୬.୩୫, ଗଜପତିରେ ୬୩.୭୧  ରାୟଗଡ଼ାରେ ୬୨.୯୬ ପ୍ରତିଶତ ମତଦାନ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe