କାଶୀନଗରରେ ଅଜଣା ଜନ୍ତୁ ଆତଙ୍କ: ୬୩ଟି ଛେଳି ମୃତ, ୨୮ଗୁରୁତର

କାଶୀନଗରରେ ଅଜଣା ଜନ୍ତୁ ଆତଙ୍କ: ୬୩ଟି ଛେଳି ମୃତ, ୨୮ଗୁରୁତର

କାଶୀନଗର: ଗଜପତି ଜିଲ୍ଲାର କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତୁବରଣ କରିଥିବା ବେଳେ ୨୮ଟି ଛେଳି ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣା କିପରି ଘଟିଲା ଏତେ ସଂଖ୍ୟକ ଛେଳି ମରିବା ନେଇ ଅଂଚଳରେ ଉଦବେଗ ପ୍ରକାଶ ପାଇଛି।

ଖବର ପାଇ ଗଜପତି ଜିଲ୍ଲା ପରିଷଦ ଅଧକ୍ଷ ଜି. ତିରୁପତି ରାଓ ଘଟଣାସ୍ଥଳରେ ପହଂଚି ସ୍ଥିତି ଅନୁଧ୍ୟାନ କରି ଜିଲ୍ଲା ପ୍ରଶାସନକୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ। ଏହିପରି ଘଟଣା ଆଉ ନ ଘଟିବା ପାଇଁ ଅଧ୍ୟକ୍ଷ କାଶୀନଗର ଥାନା ଅଧିକାରୀ ଓ ଜଙ୍ଗଲ ବିଭାଗର ଅଧିକାରୀକୁ ସଜାଗ ରହିବା ପାଇଁ ଜଣାଇଥିଲେ ସ୍ଥାନୀୟ ଗ୍ରାମବାସୀ ଓ ଛେଳି ମାଲିକ ବି. ରାମୁ ଓ ବି. କ୍ରିଷ୍ଣାଙ୍କୁ ପ୍ରଶାସନ ତରଫରୁ କ୍ଷତିପୂରଣ ଦେବାକୁ ଦାବି ଜଣାଇଛନ୍ତି। ଖବର ପାଇ କାଶୀନଗର ପ୍ରାଣୀ ଚିକତ୍ସକ ଡକ୍ଟର ବାଣୀକାନ୍ତ ଖଟୁଆ ଓ ଅନ୍ୟ କର୍ମଚାରୀମାନେ ଚିକିତ୍ସା କରଥିଲେ। ଏହିପରି ଘଟଣା ଦେଖି ଗ୍ରାମବାସୀମାନେ ଭୟଭୀତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe