ବ୍ରହ୍ମପୁରରେ ୬୩ଟି ଗୋଷ୍ଠୀ ଶୌଚାଳୟ, ତଥାପି ହୋଇପାରୁନି ବାହ୍ୟମଳମୁକ୍ତ

Advertisment
ବ୍ରହ୍ମପୁରରେ ୬୩ଟି ଗୋଷ୍ଠୀ ଶୌଚାଳୟ, ତଥାପି ହୋଇପାରୁନି ବାହ୍ୟମଳମୁକ୍ତ

NationNews

ବ୍ରହ୍ମପୁର: ରାଜ୍ୟର ପ୍ରଥମ ବାହ୍ୟମଳମୁକ୍ତ ମହାନଗର ନିଗମର ଗତବର୍ଷ ଓଡିଏଫ୍‌ ++ ସାର୍ଟିଫିକେଟ୍‌ ହାସଲ କରିଛି ବ୍ରହ୍ମପୁର ମହାନଗର ନିଗମ(ବିଏମସି)। ସହରକୁ ସ୍ବଚ୍ଛ ସୁନ୍ଦର କରିବା ପାଇଁ ବିଏମସି ପକ୍ଷରୁ ନାନା ପଦକ୍ଷେପ ନିଆଯାଇଥିଲା। ପଦରେ ମଳତ୍ୟାଗ ନକରିବା ପାଇଁ ସ୍ଥାନେସ୍ଥାନେ କମ୍ୟୁନିଟି ଟୟଲେଟ୍‌ (ଗୋଷ୍ଠୀ ଶୌଚାଳୟ)ମାନ ପ୍ରତିଷ୍ଠା ହୋଇଥିଲା। ବିଶେଷ କରି ଯେଉଁ ବନ୍ଧହୁଡ଼ାଗୁଡ଼ିକ ମୁକ୍ତାକାଶ ଶୌଚାଳୟ ଭାବେ ବ୍ୟବହାର ହେଉଥିଲା, ସେଠାରେ ଏଭଳି ଶୌଚଳାୟମାନ ପ୍ରତିଷ୍ଠା ହୋଇଥିଲା। ଏପରି ସହରରେ ବତ୍ତେର୍ତ୍ତମାନ ସୁଦ୍ଧା ମୋଟ ୬୩ଟି ଗୋଷ୍ଠୀ ଶୌଚାଳୟ ପ୍ରତିଷ୍ଠା ହୋଇଛି। ଏଥିମଧ୍ୟରୁ ଅଧିକାଂଶର ପରିଚାଳନା ଦାୟିତ୍ବ ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରାଯାଇଛି। କେତେକ ବନ୍ଧହୁଡ଼ାରେ ଉଜ୍ବଳ ଆଲୋକ ବ୍ୟବସ୍ଥା ମଧ୍ୟ ହୋଇଛି। ଏତେସବୁ ‌ସତ୍ତ୍ବେ ରେଶମ ସହର ସମ୍ପୂର୍ଣ୍ଣ ବାହ୍ୟମଳମୁକ୍ତ ହୋଇପାରୁନାହିଁ। ସଚେତନତା ଅଭାବରୁ ଏବେବି ବିଭିନ୍ନ ସ୍ଥାନରେ ପଦାରେ ମଳତ୍ୟାଗ ହେଉଛି। ଆଜି ବିଏମସି ପକ୍ଷରୁ ବିଶ୍ବ ଶୌଚାଳୟ ଦିବସ ପାଳନ ଅବସରରେ ଏନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏଥଇପାଇଁ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗ କାମନା କରାଯାଇଥିଲା।

publive-image OdishaTV

ଅନ୍ୟପକ୍ଷେ ସହରରେ ପରିସ୍ରା୍ତ୍ରଣା ଦୂର ପାଇଁ ତିନି ବର୍ଷ ତଳେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ଏକ ଅଭିନବ ପ୍ରୟାସ ହୋଇଥିଲା। ଜନଗହଳିପୂର୍ଣ୍ଣ ସ୍ଥାନ ଏବଂ ପ୍ରମୁଖ ଛକମାନଙ୍କରେ ଅତ୍ୟାଧୁନିକ ମଡୁରାଲ୍‌ ଟୟଲେଟ୍‌ମାନ ପ୍ରତିଷ୍ଠା ହୋଇଥିଲା। ଏଥିପାଇଁ ପ୍ରାୟ ୧୩ଲକ୍ଷ ଟଙ୍କା ବ୍ୟୟ ବରାଦ ହୋଇଥିଲା। ମୋଟ ୧୪ଟି ସ୍ଥାନରେ ୧୯ଟି ୟୁନିଟ୍ ସ୍ଥାପନ ହୋଇଥିଲା। ପ୍ରତ୍ୟେକ ୟୁନିଟ୍‌ରେ ଉଭୟ ପୁରୁଷ ଏବଂ ମହିଳାଙ୍କ ପାଇଁ ଗୋଟିଏ ଲେଖାଏଁ ସ୍ବତନ୍ତ୍ର ପରିସ୍ରାଗାର ଉପଲବ୍ଧ ଥିଲା। ବାହାର ପାର୍ଶ୍ବରେ ହାତ ଧୋଇବା ପାଇଁ ଟ୍ୟାପ୍‌ ବ୍ୟବସ୍ଥା ହୋଇଥିଲା। ଉପରେ ପାଣି ଟାଙ୍କି ରହିଥିଲା। ଏହି ଟାଙ୍କି ଭର୍ତ୍ତି କରିବା ପାଇଁ ବିଏମସି ପକ୍ଷରୁ ଟ୍ୟାଙ୍କର୍‌ ମଧ୍ୟ ଉପଲବ୍ଧ କରାଯାଇଥିଲା। କିନ୍ତୁ ସଠିକ୍ ପରିଚାଳନା ଏବଂ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରତିକ୍ଷିତ ପ୍ରକଳ୍ପ ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ପ୍ରତ୍ୟେକ ଟୟଲେଟ୍‌ ଏବେ ପରିତ୍ୟକ୍ତ ଅବସ୍ଥାରେ ଥିବାବେଳେ ସବୁଗୁଡ଼ିକୁ ହଟାଇ ନେବା ପାଇଁ ବିଏମସି ପକ୍ଷରୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ଆଖପାଖରେ ଥିବା ଗୋଷ୍ଠୀ ଶୌଚାଳୟ ସମ୍ପର୍କରେ ସୂଚନା ପ୍ରଥମେ ସୂଚନା ଦିଆଯିବ। କେତେଦୂରରେ ଏବଂକେଉଁଠାରେ ନିକଟସ୍ଥ ଗୋଷ୍ଠୀ ଶୌଚାଳୟ ରହିଛି, ସେମ୍ପର୍କିତ ସୂଚନା ଫଳକ ଏହି ସବୁ ମଡୁରାଲ୍‌ ଟୟଲେଟ୍‌ର ବାହାର ପାର୍ଶ୍ବରେ ଲଗାଯିବ। ଏହା ପରେ ଗୋଟିଏ ପରେ ଗୋଟିଏ ୟୁନିଟ୍‌ ହଟାଯିବ ବୋଲି ବିଏମସି କର୍ତ୍ତୃପକ୍ଷଙ୍କ ଠାରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe