ଓଡ଼ିଶାରେ ଡାକ୍ତରୀ ପଢ଼ିବାକୁ ୬୩୦୦ ଛାତ୍ରଛାତ୍ରୀ ଆଗ୍ରହୀ

Advertisment
ପଶ୍ଚିମ ଓଡ଼ିଶାରେ ବଢ଼ୁଛି କରୋନା ସଂକ୍ରମଣ, ୪ ଜିଲ୍ଲାକୁ ଗଲେ ୩୬ ପିଜି ଡାକ୍ତର

irishtimes.com

ଭୁବନେଶ୍ବର : ୨୦୧୯-୨୦ ଶିକ୍ଷାବର୍ଷରେ ଓଡ଼ିଶାରେ ଥିବା ସରକାରୀ ଓ ଘରୋଇ ମେଡିକାଲ କଲେଜର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ୬ ହଜାର ୩୦୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ପଞ୍ଜୀକରଣ ଗତକାଲି ଶେଷ ହୋଇଥିବା ବେଳେ ଆଜିଠାରୁ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଥିପାଇଁ ରାଜ୍ୟର ୧୬ଟି ସ୍ଥାନରେ ନୋଡାଲ ସେଣ୍ଟର୍‌ ହୋଇଛି। ଛାତ୍ରଛାତ୍ରୀ ୩୦ ତାରିଖ ଯାଏଁ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଡକ୍ୟୁମେଣ୍ଟ ଯାଞ୍ଚ କରାଇ ପାରିବେ। ପ୍ରଥମ ଦିନରେ ପ୍ରାୟ ୨ ହଜାର ଛାତ୍ରଛାତ୍ରୀଙ୍କ ଡକ୍ୟୁମେଣ୍ଟ ଯାଞ୍ଚ ହୋଇଥିବା ଜଣାପଡ଼ିଛି।

ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସିଟ୍‌ ତାଲିକା ପ୍ରକାଶ ପାଇନାହିଁ।

ଚଳିତ ଶିକ୍ଷାବର୍ଷରେ କେଉଁ ମେଡିକାଲ କଲେଜର କେତେ ସିଟ୍‌ରେ ନାମଲେଖା ହେବ, ସେ ତାଲିକା ବାହାରିନି। ଏହାକୁ ନେଇ ଛାତ୍ରଛାତ୍ରୀ ଚିନ୍ତାରେ ପଡ଼ିଛନ୍ତି। ଓଜେଇଇ କର୍ତୃପକ୍ଷ ବି ଦ୍ବନ୍ଦ୍ବରେ। ଡିଏମ୍‌ଇଟି ପକ୍ଷରୁ ମେଡିକାଲ ସିଟ୍‌ ତାଲିକା ଦିଆଯାଇ ନଥିବାରୁ ଆଗକୁ ଛାତ୍ରଛାତ୍ରୀ ଅସୁବିଧାରେ ପଡ଼ିବାର ଆଶଙ୍କା ରହିଛି। ତେବେ ୭ଟି ସରକାରୀ ଓ ଗୋଟିଏ ଘରୋଇ ମେଡିକାଲ କଲେଜର ମୋଟ ୧୪୦୦ ଏମ୍‌ବିବିଏସ୍‌ ଓ ବିଡିଏସ୍‌ ସିଟ୍‌ ଲାଗି ନାମଲେଖା ହେବ ବୋଲି ଓଜେଇଇ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଜୁନ୍‌ ୩୦ ଅପରାହ୍‌ଣ ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ନୋଡାଲ ସେଣ୍ଟର୍‌ରେ ଡକ୍ୟୁମେଣ୍ଟ ଯାଞ୍ଚ କରିପାରିବେ। ଜୁଲାଇ ୧ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ସେହିଦିନ ପୂର୍ବାହ୍ନ ୧୧ଟାରୁ ଜୁଲାଇ ୨ ତାରିଖ ପୂର୍ବାହ୍ନ ୧୧ଟା ୫୯ ମଧ୍ୟରେ ଚଏସ୍‌ ଫିଲିଂ ଓ ଲକିଂ କରିହେବ। ଜୁଲାଇ ୪ରେ ପ୍ରଥମ ପର୍ଯ୍ୟାୟ ନାମଲେଖା ତାଲିକା ପ୍ରକାଶ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe